ସକ୍ରିୟ ମାମଲାଗୁଡିକୁ ହ୍ରାସ କରିବା ପଥରେ ଭାରତ

● ମୋଟ କରୋନା ପଜିଟିଭ୍ ମାମଲାର କେବଳ ୧୩.୭୫% ସକ୍ରିୟ ମାମଲା
● ୭୪% ନୂତନ ସୁସ୍ଥ ୧୦ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରୁ
● ୨୫ଟି ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ନୂତନ ସୁସ୍ଥଙ୍କ ସଂଖ୍ୟା ନୂତନ ପଜିଟିଭ ମାମଲାଠାରୁ ଅଧିକ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ ମୋଟ ପଜିଟିଭ୍ ମାମଲା ତୁଳନାରେ ସକ୍ରିୟ ମାମଲା କ୍ରମେ ହ୍ରାସ ପାଇବାରେ ଲାଗିଛି ।
ଦେଶରେ ଏବେ ମୋଟ ପଜିଟିଭ୍ ମାମଲାର ମାତ୍ର ୧୩.୭୫% ସକ୍ରିୟ ମାମଲା ରହିଛି, ଯେଉଁ ସଂଖ୍ୟା ୯,୧୯,୦୨୩ ।
ସୁସ୍ଥ ହାର କ୍ରମେ ବୃଦ୍ଧି ପାଉଥିବାରୁ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି । ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ରହିଛି ୫୬,୬୨,୪୯୦ । ସୁସ୍ଥଙ୍କ ସଂଖ୍ୟା ଏବଂ ସକ୍ରିୟ ମାମଲାର ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ୪୭ ଲକ୍ଷକୁ ଟପି ଯାଇଛି (୪୭,୪୩,୪୬୭) । ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ପାର୍ଥକ୍ୟ ବଢ଼ି ଚାଲିଛି ।
ସୁସ୍ଥଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସୁସ୍ଥତା କ୍ଷେତ୍ରରେ ଜାତୀୟ ହାର ୮୪.୭୦%କୁ ବୃଦ୍ଧି ପାଇଛି । ଗତକାଲି ୨୪ ଘଣ୍ଟା ମଧ୍ୟରେ ୭୫,୭୮୭ ଜଣ ସୁସ୍ଥ ହୋଇଥିବା ବେଳେ ନୂତନ ପଜିଟିଭ୍ ଭାବେ ୬୧,୨୬୭ଟି ମାମଲା ଆସିଛି ।
୨୫ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ସୁସ୍ଥଙ୍କ ସଂଖ୍ୟା ନୂଆ ପଜିଟିଭ୍ ମାମଲାକୁ ଟପି ଯାଇଛି ।
ନୂତନ ସୁସ୍ଥଙ୍କ ମଧ୍ୟରେ ୭୪% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ; ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ଉତ୍ତର ପ୍ରଦେଶ, ଓଡ଼ିଶା, ଦିଲ୍ଲୀ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରୁ ଆସିଛି ।
କେବଳ ମହାରାଷ୍ଟ୍ରରୁ ଦିନକରେ ସର୍ବାଧିକ ପ୍ରାୟ ୧୩ ହଜାର ସୁସ୍ଥ ହୋଇଛନ୍ତି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୬୧,୨୬୭ଟି ନୂଆ ପଜିଟିଭ୍ ମାମଲା ଆସିଛି ।
ନୂଆ ମାମଲାରୁ ୭୫% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । କ୍ରମାଗତ ଭାବେ ରାଜ୍ୟ ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ନୂତନ ମାମଲା ଅର୍ଥାତ ୧୦ ହଜାରରୁ ଅଧିକ ଏବଂ କର୍ଣ୍ଣାଟକରୁ ୭ ହଜାରରୁ ଅଧିକ ଆସିଛି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ୮୮୪ ଜଣଙ୍କ ମୃତ୍ୟୁ ହୋଇଛି ।
ଏହା ମଧ୍ୟରୁ ପ୍ରାୟ ୮୦% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ; ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ଛତିଶଗଡ଼, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶରେ ହୋଇଛି ।
ଏହି ମୃତ୍ୟୁରୁ ୨୯%ରୁ ଅଧିକ (୨୬୩) କେବଳ ମହାରାଷ୍ଟ୍ରରେ ହୋଇଛି ।

Leave A Reply

Your email address will not be published.