ଉଦ୍ୟୋଗପତି ଲାଲବାହାଦୁର ଗୁପ୍ତା ଚାଲିଗଲେ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ଗୁଡ଼ଭେଲା ନିବାସୀ ବେଶ୍‌ ଜଣାଶୁଣା ଉଦ୍ୟୋଗପତି ଲାଲବାହାଦୁର ଗୁପ୍ତା(୫୮)ଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନାରେ କୁହାଯାଇଛି । ଗୁଡ଼ଭେଲାକୁ ତାଙ୍କ ମରଶରୀର ଅଣାଯିବା ପରେ ରାହୁଲ ନଦୀ ଶ୍ମଶାନରେ ତାଙ୍କ ଶେଷକୃତ ସମାପନ ହୋଇଥିବା ବେଳେ ପୁଅ ମେଘନାଦ ଗୁପ୍ତା ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ଗୁପ୍ତା ଅଂଚଳର ଅନେକ ଉନ୍ନୟନ କାର୍ଯ୍ୟରେ ଯୋଗଦାନ କରିଥିବା ବେଳେ ଜଣେ ସରଳ ତଥା ପରୋପକାରୀ ବ୍ୟକ୍ତି ଭାବେ ମାରୱାଡ଼ି ସମାଜରେ ଜଣାଶୁଣା ଥିଲେ । ତାଙ୍କ ଶେଷଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ, ଝିଅ, ବୋହୁ, ନାତିନାତୁଣୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.