csstore

ଓମିକ୍ରନ ପାଇଁ ନିଯୁକ୍ତି ମେଳା ସ୍ଥଗିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ଆସନ୍ତା ୧୧ ଓ ୧୨ ତାରିଖରେ ହେବାକୁ ଥିବା ନିଯୁକ୍ତି ମେଳାକୁ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରଖିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ୧୧ ତାରିଖରେ ବୌଦ୍ଧ ଟାଉନହଲଠାରେ ଏବଂ ୧୨ ତାରିଖରେ ପଞ୍ଚାୟତ କଲେଜ କଣ୍ଟାମାଳଠାରେ ଏହି ନିଯୁକ୍ତିମେଳା ଆୟୋଜନ କରାଯିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା । କିନ୍ତୁ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖିବାକୁ ସମସ୍ତ ବିଡିଓ ଏବଂ ଡିପିଏମ୍‌ ଜିବିକା ମିଶନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.