oom

ମା’ ଦୂର୍ଗେଇ ଦେବୀ ସମିତିର ବାର୍ଷିକ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ପିପିଲଖୁଣ୍ଟା ଗ୍ରାମ ମା’ ଦୂର୍ଗେଇ ଦେବୀ ସମିତିର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ହେମନ୍ତ ହଂସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟକୁ ତ୍ୱରାନ୍ବିତ କରାଯିବା ସହ ସମିତିର ପାଣ୍ଠିରେ ଥିବା ଟଙ୍କାର ବାର୍ଷିକ ବିବରଣୀ ଉପସ୍ଥାପନା ଉପରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ୨୦୧୮ ମସିହାରେ ସମିତି ଗଠନ କରାଯାଇଥିବା ବେଳେ ସମିତିର ଦଶ ଲକ୍ଷ ଟଙ୍କା ପାଣ୍ଠି ରହିଛି । ଗଚ୍ଛିତ ଥିବା ପାଣ୍ଠି ଟଙ୍କାକୁ ଗ୍ରାମବାସୀଙ୍କ ମଧ୍ୟରେ ବିନୋଯୋଗ କରାଯାଇଛି ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ଗ୍ରାମରେ ଯେକୌଣସି ବ୍ୟକ୍ତିଙ୍କ, ପୁଅ ଝିଅମାନଙ୍କ ବିବାହ ପାଇଁ ୪୦ ହଜାର, ମୃତାହ କାର୍ଯ୍ୟ ପାଇଁ ୩୦ ହଜାର, ଉଚ୍ଚ ଶିକ୍ଷା ଓ ଚିକିତ୍ସା ପାଇଁ ୨୦ ହଜାର ସମିତି ପାଣ୍ଠିରୁ ତିନି ମାସ ପର୍ୟ୍ୟନ୍ତ ବିନା ସୁଧରେ ସାହାର୍ୟ୍ୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ଗ୍ରାମ ଉପଦେଷ୍ଟା ମଧୁସୂଦନ ପାଣ୍ଡେ ବିଭିନ୍ନ ପ୍ରକାରର ବିକାଶ କ୍ଷେତ୍ରରେ କିପରି ଅଧିକ ଅଧିକ ଆଗକୁ ବଢ଼ିପାରିବ ସେ ନେଇ ଆଲୋକପାତ କରିଥିଲେ । ମିଠାପାଲି ପୂର୍ବତନ ସରପଞ୍ଚ ପାନାଲାଲ ସେଠ, ବଜାରୁ ଧରୁଆ, ଶରତ ମଲ୍ଲିକ, ଖଗେଶ୍ବର ମଲିକ, ନକୁଳ ମଲିକ, ଥିରା ରମା, ପଦ୍ମା ହଂସ, କମଳ ସିଂ, ଲୋଚନ ବାଗ, ଗଙ୍ଗାରାମ ଭୂଏ, ଦୂଆନ ବରିହା, ଅନିରୁଦ୍ଧ ପାଣ୍ଡେ, ନିରୁତ୍ତ ଭୂଏ, ଶତୃଘ୍ନ ବରିହା, ଯୁଗେଶ୍ଵର ପଟେଲ, ହରିଣ୍ୟ ମଲ୍ଲିକ, ଜୟରାମ ବନଛୋର, ତପନ ଭୂଏ, ମିନକେତନ ବରିହା ପ୍ରମୁଖ ସମିତିର ସହଯୋଗ କରିଥିଲେ । ବୈଠକରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିବା ବେଳେ ସମିତି ସଂପାଦକ ଦିଲ୍ଲୀପ କଲେତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.