csstore

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ପୁସ୍ତକ ଉନ୍ମୋଚନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଡ. ସରୋଜ କୁମାର ନାଏକଙ୍କ ଲିଖତ ପୁସ୍ତକ, କବି ସୌଭାଗ୍ୟ ମିଶ୍ରଙ୍କ କବିତା ସମ୍ଭାରର ଏକ ଅନୁଶୀଳନ, ଡ. ଦୁଃଖୀଶ୍ୟାମ ସାହୁଙ୍କ ଲିଖିତ ପୁସ୍ତକ ଗଦ୍ୟଶିଳ୍ପୀ, ଚନ୍ଦ୍ରଶେଖର ରଥଙ୍କ ରମ୍ୟରଚନା, ଏକ ଅଧ୍ୟୟନ ଶୀର୍ଷକ ଦୁଇଟି ପୁସ୍ତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସାରସ୍ଵତ ସଭାର ସଭାପତି ଡ. ଲଳିତେନ୍ଦୁ ନାୟକଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଡ. ପ୍ରମୋଦ କୁମାର ପାଢ଼ୀ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଏବଂ ଡ. ଜୟ କେତନ ତ୍ରିପାଠୀ ପ୍ରାଧ୍ୟାପକ ପଞ୍ଚାୟତ ସମିତି ମହା ବିଦ୍ୟାଳୟ ଗାଇସିଲେଟ ସମୀକ୍ଷକ ଭାବେ ଯୋଗଦାନ କରି ପୁସ୍ତକ ଦ୍ଵୟର ସମୀକ୍ଷା କରିଥିଲେ । ଅଧ୍ୟାପିକା ରୀନା ଧର୍ମବିନାୟକ ପରିଚୟ ପ୍ରଦାନ କରିଥିବା ବେଳେ ଓଡ଼ିଆ ସମ୍ମାନ ଛାତ୍ର ବିକାଶ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଭାଗୀୟ ଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ ହୋଇଥିଲା । ଉକ୍ତ ସଭାରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀମାନେ ଯୋଗଦାନ କରି ସଭାକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.