ଗୋପବନ୍ଧୁ ପାଠାଗାରର ଆଲୋଚନାଚକ୍ର ଅନୁଷ୍ଠିତ

  • ମଣିଷର ସୁଖ ଶାନ୍ତି ପାଇଁ ବହୁ ଜୈବ ବିବିଧତା ସମନ୍ୱୟର ଆବଶ୍ୟକ : ପ୍ରଫେସର ଡଃ ଗିରି

ରାଉରକେଲା, (ସସ୍ମିତା ପ୍ରଧାନ) : ମଣିଷର ସୁଖ ଶାନ୍ତି ପାଇଁ ବହୁ ଜୈବ ବିବିଧତା ସମନ୍ୱୟର ଆବଶ୍ୟକତା ରହିଛି ବୋଲି ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଆୟୋଜିତ ‘ବହୁଧାର ବର୍ଣ୍ଣବିଭା’ ସଂପର୍କରେ ଆଲୋଚନା କରି ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଷ୍ଟଡିଜ୍‌ର ପ୍ରଫେସର ଡଃ ଅନନ୍ତ ଗିରି ବକ୍ତବ୍ୟ ରଖିଥିଲେ । କବି ରାଜୀବ ପାଣିଙ୍କ ସଭପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜତ୍‌ତ୍ତ, ନୃତତ୍ତ୍ୱ, ପ୍ରଗତିତତ୍ତ୍ୱ, ସାହିତ୍ୟ ଆଦି କ୍ଷେତ୍ରରେ ଲେଖନୀ ଚାଳନା କରୁଥିବା ପ୍ରଫେସର ଡଃ ଅନନ୍ତ ଗିରି ମୁଖ୍ୟଅତିଥି, ପୂର୍ବତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଓ ଡଃ କିଶୋରୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ଲୁରାଲିଜିମ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଓ ଅନ୍ୟ ଅତିଥିଗଣ ଏହି ସଂପର୍କରେ ଆଲୋଚନା କରିକହିଲେ ଯେ, ବହୁଧାର ଏକ ବହୁ ପରିସରୀୟ କ୍ରିୟା ଓ ପ୍ରକ୍ରିୟା । ସାମ୍ପ୍ରତିକ ଆଲୋଚନା ବେଳେ ପ୍ଲୁରାଲିଜିମ କଥା ଉଠୁଛି । ତାକୁ ଆମେ ଗୋଟିଏ ବିଶେଷ୍ୟ ରୂପରେ ଦେଖୁଛୁ । ଏଥିରେ କ୍ରିୟା ନାହିଁକି ଭାବ ନାହିଁ । ଯାହା ଦେଖୁଛୁ ତାହା ଯାନ୍ତ୍ରିକ । ଏହା ସ୍ୱତଃପ୍ରବୃତ ଧ୍ୟାନମଗ୍ନ ନୁହେଁ । ଆଧୁନିକ ରାଷ୍ଟ୍ର ବହୁ ବିବିଧତା କଥା କହୁଛି । ଏହି ବହୁ ବିବିଧତା ମଧ୍ୟରେ ଅନେକ ଜାତି, ଧର୍ମ, ବର୍ଣ୍ଣ ରହିଛି ଆମେ ଯେଉଁ ଭିନ୍ନତା ଭିତରେ ଅଛୁ ସେ ଭିନ୍ନତା ଭିତରେ ଆମେ ଏକାନ୍ତ ଭାବେ ଜୟଗାନ କରୁଛୁ । ଏହି ଅବସରରେ ଭାରତ ଭୂଷଣ ମହାନ୍ତି, ନଳିନୀକାନ୍ତ ଧର, ରଣଜିତ ଦାଶ ବକ୍ତବ୍ୟ ରଖିଥିବା ବେଳେ ରଶ୍ମିରଂଜନ ଦାସ ସ୍ୱଗତ ଭାଷଣ ଓ ପାଠାଗାରର ସାଧାରଣ ସଂପାଦକ ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶରତଚନ୍ଦ୍ର ମହାନ୍ତି, ନିରୁପମା ପତି, ଗୀତାରାଣୀ ବେହେରା, ଗୋପାଳ ପ୍ରସାଦ ଜେନା, ଅଶୋକ କୁମାର ପଟ୍ଟନାୟକ, ରାଜକୁମାର ମହାନ୍ତି, ମିନିଚନ୍ଦ୍ର ରାଉତରାୟ, ଜ୍ଞାନେନ୍ଦ୍ର କୁମାର ରାୟ, ମୁରାରୀ ପ୍ରଧାନ, କିଶୋରୀ ମୋହନ କର, ରାଧାମୋହନ ନାୟକ, ଝୁମା ଜେନା, ପ୍ରଶାନ୍ତ ମିଶ୍ର, ବିକ୍ରମ ଚନ୍ଦ୍ର ଆଚାର୍ୟ୍ୟ, ସଞ୍ଜୟ କୁମାର ମହାପାତ୍ର, ଅରବିନ୍ଦ ଦାସ, କୁଂଜବିହାରୀ ରାଉତ, ସୁଶାନ୍ତ ନାୟକ, ବୈକୁଣ୍ଠନାଥ ସାହୁ, ସତ୍ୟବ୍ରତ ଘଡେଇ, ସୁରେନ୍ଦ୍ର କୁମାର ପଣ୍ଡା, ଭୂପେନ ମହାପାତ୍ର, ଶଙ୍କର ପ୍ରସାଦ ତ୍ରିପାଠୀ, ବିଜୟିନୀ ଜେନା, ଗଙ୍ଗାଧର ପୁହାଣ, ପ୍ରତିମା ଶତପଥୀ, ଅଙ୍ଗୁରବାଳା ପରିଡା, ବିଭୁତି ଭୂଷଣ ଦାସ, ବବିତା ମହାପାତ୍ର, ମୀନକେତନ ପଶାୟତ, ଭଗବାନ ପରିଡା, ରାଧାକୃଷ୍ଣ ମହାପାତ୍ର, କୈଳାଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.