oom

ବହୁ ପ୍ରତୀକ୍ଷିତ ଟ୍ରକ ଟର୍ମିନାଲର ଭିତ୍ତିପ୍ରସ୍ତର ଦେଲେ ନରସିଂହ : ଟ୍ରାଫିକ ଓ ମାଲ ପରିବହନ ସମସ୍ୟାରେ ଆସିବ ସୁଧାର – ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଟ୍ରକ ଟର୍ମିନାଲ ଏକ ବହୁ ପ୍ରତୀକ୍ଷିତ ପ୍ରକଳ୍ପ । ଏହାକୁ ନେଇ ଅନେକ ଦିନର ଦାବୀ ତଥା ପରିକଳ୍ପନା ରହିଥିଲା । ୯କୋଟି ୪୦ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଏଠାକାର ଟ୍ରାଫିକ ସହିତ ମାଲ ପରିବହନ କ୍ଷେତ୍ରରେ ଥିବା ବିଭୀନ୍ନ ପ୍ରକାର ସମସ୍ୟାର ସମାଧାନ କରିବ । ଟ୍ରାଫିକ ତଥା ଅଂଚଳର ବ୍ୟବସାୟ ଦିଗରେ ଏହା ଏକ ବେଶ ଉପଯୋଗି ପ୍ରକଳ୍ପ ବୋଲି ଆଜି ଟିଟିଲାଗଡ ରୋଡ ସ୍ଥିତ ବିଜାଖମନର ରାସ୍ତା କଡରେ ନିର୍ମାଣ ହେବାକୁ ଥିବା ଟ୍ରକ ଟର୍ମିନାଲ ଭିତ୍ତି ପ୍ରସ୍ତର ଉତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ଏହି ଗୋଟିଏ ଟ୍ରକ ଟର୍ମିନାଲ ଏଠାରେ ଥିବା ସମସ୍ତ ଟ୍ରାଫିକ ସମସ୍ୟାର ସମାଧାନ କରି ନପାରେ ସେଥିପାଇଁ ବଲାଙ୍ଗିର ସହରରେ ଥିବା ଟ୍ରକମାନଙ୍କ ପାଇଁ ଆଉ ଏକ ଟର୍ମିନାଲର ଆବଶ୍ୟକତା ରହିଛି । ଏହାକୁ ନେଇ ଅନେକ ଥର ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ସରିଛି । ଏଦିଗରେ ମଧ୍ୟ ସଫଳତା ମିଳିବ ବୋଲି ଆଶା କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ, ଏହି ଟ୍ରକ ଟର୍ମିନାଲରେ ଟ୍ରକ ତଥା ଡ୍ରାଇଭର ଓ ମାଲିକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି । ଏଠାରେ ଅନେକ ଦୋକାନ, କାର୍ୟ୍ୟାଳୟ, ଡ୍ରାଇଭର ତଥା କର୍ମଚାରୀଙ୍କ ପାଇଁ ଡର୍ମିଟୋରି, ଢାବା ବା ହୋଟେଲ ବ୍ୟବସ୍ଥା, ଟ୍ରକ ମରାମତି ୟୁନିଟ, ଉଭୟ ମହିଳା ଓ ପୁରୁଷ ଶୌଚାଳୟ ବ୍ୟବସ୍ଥା ରହିଛି । ଏତଦ ବ୍ୟତିତ ପରିସର ଭିତରେ ଏକ ଡିଜେଲ ପମ୍ପର ବ୍ୟବସ୍ଥା ମଧ୍ୟ କରାଯିବା ନେଇ ନିଷ୍‌ଷ୍ପତ୍ତି କରାଯାଇଛି ବୋଲି ଜାତୀୟ ରାଜପଥ ନିର୍ବାହି ଯନ୍ତ୍ରୀ ଜୟନ୍ତ ନାୟକ ସୂଚନା ଦେଇଛନ୍ତି । ଆହୁରି ଏଠାରେ ଏକକାଳିନ ସମସ୍ତ ସୁବିଧା ସୁଯୋଗ ସହିତ ପ୍ରାୟ ୭୭ଟି ଟ୍ରକ ରହିପାରିବ । ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଏଜେନ୍ସି ଏଭିଆର ଇନ୍‌ଫୋଟେକ ଗତ ଡିସେମ୍ବର ୨୩ରେ ଚୁକ୍ତି ପତ୍ର ସ୍ୱାକ୍ଷରିତ କରିଥିବା ବେଳେ ଏକ ବର୍ଷ ଭିତରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲି ଉପସ୍ଥିତ ନିର୍ବାହି ଯନ୍ତ୍ରୀ ଜନସାଧାରଣ ଏବଂ ସମ୍ବାଦଦାତାଙ୍କୁ ପ୍ରକାଶ କରିଛନ୍ତି । ଆଜିର ଏହି ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ନିର୍ମାଣ ସଂସ୍ଥା ତରଫରୁ ବିଶାଲ ଅଗ୍ରବାଲ, ନିରଜ ଅଗ୍ରବାଲ, ଟ୍ରକମାଲିକ ସଂଘର ରାଜ୍ୟ କାର୍ଯ୍ୟକାରି ସଭାପତି ବିରେନ୍ଦ୍ର ମିଶ୍ର, ଜୁଲୁ ପଟ୍ଟନାୟକ, ସୁଧାଂଶୁ ପଣ୍ଡା, ଟୁନା ସାହୁ, ଶୁଭ୍ରାଂଶୁ ପଣ୍ଡା, ଜୟନାରାୟଣ ବହିଦାର, ଭାଗ୍ୟ ପଣ୍ଡା, କୁଲଦିପ ସିଂଙ୍କ ସମେତ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.