ଅଭିନେତ୍ରୀ ତଥା ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ କରୋନା ସଂକ୍ରମିତ : ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ କରୋନାର ବିସ୍ଫୋରଣ ପରିସ୍ଥିତି ଦେଖିବାକୁ ମିଳିଛି । ଏହା ସହିତ ବଲିଉଡ ଏବଂ ଟିଭି ଅଭିନେତାମାନେ ମଧ୍ୟ ଏହି ଭୂତାଣୁ ସଂକ୍ରମିତ ହେଉଛନ୍ତି । ଟିଏମ୍‌ସି ସାଂସଦ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଧ୍ୟ କୋଭିଡ ସଂକ୍ରମିତ ହୋଇଛନ୍ତି । ଅଭିନେତ୍ରୀ ମିମି ନିଜେ ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରିଛନ୍ତି ।

ମିମି ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ମୁଁ ସମସ୍ତ ସତର୍କତା ଅବଲମ୍ବନ କରୁଛି । ତଥାପି କରୋନା ସଂକ୍ରମିତ ହୋଇଛି । ଗତ କିଛି ଦିନ ମଧ୍ୟରେ, ମୁଁ ଘରୁ ବାହାରକୁ ଆସି ନାହିଁ କିମ୍ବା ସର୍ବସାଧାରଣ ସଭାରେ ଯୋଗ ଦେଇନାହିଁ । ମୁଁ ମୋର ଡାକ୍ତରଙ୍କ ତତ୍ୱାବଧାନରେ ରହିଛି ଏବଂ ଘରେ ଆଇସୋଲେସନ୍‌ରେ ଅଛି । ସମସ୍ତେ ନିଜର ଯତ୍ନ ନିଅନ୍ତୁ । ସୁରକ୍ଷିତ ରୁହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ ।

Leave A Reply

Your email address will not be published.