ପ୍ରଥମ ଗ୍ଲୋବାଲ୍‌ ଭର୍ଚୁଆଲ୍‌ ଅନ୍ତର୍ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଥମ ଗ୍ଲୋବାଲ୍‌ ଭର୍ଚୁଆଲ୍‌ ଅନ୍ତର୍ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନ୍‌ଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ସେଥିରେ ଗଞ୍ଜାମ ଜିଲ୍ଲାକୁ ଅନେକ ସଫଳତା ମିଳିଛି । ଏହି ପ୍ରତିଯୋଗିତା ଓଡ଼ିଶା ଟାଇକୋଣ୍ଡୋ ସଂଘ (ପୁରୀ) ଏବଂ ଭାରତ ଥାଇଲାଣ୍ଡ ସ୍ଥିତ ହିରୋସ୍ ଟାଇକୋଣ୍ଡୋ ସଂଗଠନ ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଛତ୍ରପୁର ସ୍ଥିତ କେମପି ସ୍ପୋର୍ଟସ ଏକାଡେମୀରୁ ୧୮ ଜଣ ପ୍ରଶିକ୍ଷାର୍ଥୀ ସ୍ୱର୍ଣ୍ଣ ଜିତିଥିବା ବେଳେ ୭ ଜଣ ପ୍ରଶିକ୍ଷାର୍ଥୀ ରୋପ୍ୟ ଏବଂ ୫ ଜଣ ପ୍ରଶିକ୍ଷାର୍ଥୀ କାଂସ୍ୟ ପଦକ ହାସଲ କରିଛନ୍ତି । ସେହିପରି ବଡମାଧପୁର ସ୍ଥିତ ଗଞ୍ଜାମ ଟାଇକୋଣ୍ଡୋ ଏକାଡେମୀରୁ ୩ ଜଣ ପ୍ରଶିକ୍ଷାର୍ଥୀ ସ୍ୱର୍ଣ୍ଣ ଜିତିଥିବା ବେଳେ ୫ ଜଣ ରୋପ୍ୟ ଏବଂ ୪ ଜଣ କାଂସ୍ୟ ପଦକ ହାସଲ କରିଛନ୍ତି ବୋଲି ଏକାଡେମୀର ମୁଖ୍ୟ କୋଚ୍ ଇ. ଲଳିତ କୁମାର ଜଣାଇଛନ୍ତି । ଏଥିରେ ଆମେରିକା, ଗ୍ରୀସ୍, ଆର୍ଜେଣ୍ଟିନା, କାଜାକିସ୍ଥାନ, ସ୍ନୋଭାକିଆ, ବାହାରିନ୍‌, ଥାଇଲାଣ୍ଡ, ସିଙ୍ଗାପୁର, ହଂକଂ, ମାଲେସିଆ, ଫିଲିପାଇନ୍ସ, ଇଣ୍ଡୋନେସିଆ ଓ ଭାରତ ଭଳି ୧୪ଟି ଦେଶର ମୋଟ ୯୯୬ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହା ଗତ ଡିସେମ୍ବର ମାସ ୨୨ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାର ଫଳାଫଳ ସୋମବାର ୱେବ ସାଇଟରେ ପ୍ରକାଶିତ ହୋଇଅଛି । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ସଫଳତାକୁ ନେଇ ଗଞ୍ଜାମ ଜିଲ୍ଲାର ସମ୍ପାଦକ କେ.ମନୋଜ ପ୍ରଧାନ ଓ ସଭାପତି ଶ୍ରୀକାନ୍ତ ମହାନ୍ତି ଓ ଓଡ଼ିଶା ଟାଇକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ କୃତୀ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତା’ ସହ ବିଭିନ୍ନ ସମୟରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଗଞ୍ଜାମର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରୁଛନ୍ତି । ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ସହାୟତା ମିଳିଲେ ଟାଇକୋଣ୍ଡୋକୁ ନେଇ ଗଞ୍ଜାମ ଜିଲ୍ଲାର ସୁନାମ ବଢିପାରିବ ବୋଲି ଜିଲ୍ଲାର ସମ୍ପାଦକ କେ.ମନୋଜ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

error: Content is protected !!