oom

ସମ୍ପୂର୍ଣ୍ଣା ମାତୃଛାୟା ବୃଦ୍ଧାଶ୍ରମର ଶୁଭ ଉଦ୍‌ଘାଟନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଚନ୍ଦ୍ରଶେଖରନଗର ଠାରେ ସମ୍ପୂର୍ଣ୍ଣା ମାତୃଛାୟା ବୃଦ୍ଧାଶ୍ରମର ଶୁଭ ଉଦ୍‌ଘାଟନ ହୋଇଯାଇଛି । ବଲାଙ୍ଗିର ମୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ, ବଂଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ ଏବଂ ଏନ୍‌ଏଫ୍‌ଆଇଡ଼ିର ସମ୍ପାଦକ ଶିବ ପ୍ରାସାଦ ନାଗ ଯୋଗଦେଇ ଥିଲେ । ଏଥିରେ ସମ୍ପୂର୍ଣ୍ଣା ସଂଗଠନର ସଭାପତି ସନ୍ତୋଷୀ ମେହେର, ସମ୍ପାଦିକା ଶ୍ରୀମତୀ ରଶ୍ମି ପାତ୍ରଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସମାଜସେବିକା ଜୟନ୍ତୀ ମେହେର ଓ ଏନ୍‌ଏଫ୍‌ଆଇଡ଼ିର ପ୍ରତିଷ୍ଠାତା ପ୍ରଭାତ କୁମାର ମହାନନ୍ଦ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସୂଚନା ଅନୁସାରେ ଏବେ ସମ୍ପୂର୍ଣ୍ଣା ମାତୃଛାୟା ବୃଦ୍ଧାଶ୍ରମରେ ଚାରିଜଣ ଅନ୍ତେବାସୀ ଅଛନ୍ତି ।

jittmm
Leave A Reply

Your email address will not be published.