ପାଣ୍ଡେଲ ଗ୍ରାମରେ ସମଲେଶ୍ୱରୀ କ୍ରିକେଟ କ୍ଲବ ତରଫରୁ କ୍ରିକେଟ ମ୍ୟାଚ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ପାଣ୍ଡେଲ ଗ୍ରାମରେ ସମଲେଶ୍ୱରୀ କ୍ରିକେଟ ଅର୍ଗାନାଇଜେସନ ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆନ୍ତର୍ଜାତୀୟ କରାଟେ ସ୍ୱର୍ଣ୍ଣ ପଦକ ବିଜେତା ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଖେଳାଳିମାନଙ୍କୁ ମାନପତ୍ର ଓ ଟ୍ରଫି ସହିତ ଉତ୍ସାହିତ କରିଥିଲେ । ଆଜି ଦିନରେ କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ଖେଳରେ ମଧ୍ୟ ନିଜର ଭବିଷ୍ୟତ ଗଠନ କରିବାର ବାଟ ଖୋଲିଯାଇଛି ବୋଲି ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏହି ଅବସରରେ ଏସ୍‌ଏସ୍ କ୍ରିକେଟ ଅର୍ଗାନାଇଜିଂର ରୋସନ ପ୍ରଧାନ, ସୁଦାମ ପ୍ରଧାନ, ଶୁଭମ ମିଶ୍ର ସମେତ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.