jsm

ପଦ୍ମପୁର ଟାଉନ କ୍ଲବ ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ଶିବିରରେ ମୋଟ ୪୦୬ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୧୬୬ ଜଣଙ୍କର ମାଗଣା ଅସ୍ତ୍ରୋପଚାରର ବ୍ୟବସ୍ଥା କରାଯାଇଥିଲା । ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ଜି.ପି.ଏସ୍‌. ମିଶ୍ର ତଥା ଟାଉନ କ୍ଲବ ସଭାପତି ଶିରିଷ କୁମାର ବହିଦାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିବା ସହ ଡା. ଜି.ପି.ଏସ. ମିଶ୍ର କ୍ଲବର ଏହି ପ୍ରଚେଷ୍ଟାକୁ ଭୁୟସୀ ପ୍ରଶଂସା କରିଥିଲେ । କ୍ଲବ ସଭାପତି ଶିରିଷ କୁମାର ବହିଦାର ଆଗାମୀ ଦିନରେ ମଧ୍ୟ କ୍ଲବ ଏହି ପରି ସାମାଜିକ କାର୍ଯ୍ୟକ୍ରମ ସହ ଅଞ୍ଚଳର ବିକାଶ ଧାରାରେ ଅଗ୍ରଣୀ ଭୂମିକାରେ ରହିବ ବୋଲି ପ୍ରତିକ୍ରିୟା ଦେଇଥିଲେ । ଶେଷରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିବା ଗୋବିନ୍ଦ ଅଗ୍ରୱାଲ, ଲାଳ ମିଶ୍ର, ପ୍ରତାପ ମିଶ୍ର, ବାୟାନିଧି ସାହୁ, ସୁଶିଲ ଶର୍ମା, ଧନମାଲି ସାହୁ, ଅଶୋକ ମିଶ୍ର, ସୁନୀଲ ଅଗ୍ରୱାଲ, ନରେରତ୍ତମ୍ ପ୍ରଧାନ, ସୁବାଷ ପାତ୍ର, ନରେଶ ସୁନ୍ଦର ସାହୁ, କୁନାଲ ପାଣିଗ୍ରାହୀ, ଯୁଗଳ କିଶୋର ସାହୁ, ଅଖିଳ ପୁରୋହିତ, ସୋମେଶ ଚନ୍ଦ୍ର ମହାନ୍ତି, ଦିନେଶ ବାରିକ, ଲକ୍ଷ୍ମୀକାନ୍ତ ବରିହା, ମଣ୍ଟୁ ପାଣ୍ଡେ, ରଞ୍ଜନ, ଅମିର, କ୍ଲବର ସମସ୍ତ ସଦସ୍ୟ ଏବଂ ଯୋଗଦାନ କରିଥିବା ସମସ୍ତ ଅନୁଷ୍ଠାନମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

yuvodaya
Leave A Reply

Your email address will not be published.