oom

ମା’ ମୁଣ୍ତା ଗୋସିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଗୋର୍ଲା ଚମ୍ପିୟାନ

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କର୍ଲାଖମାର୍ ଗ୍ରାମଠାରେ ମା’ ମୁଣ୍ତା ଗୋସିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ମା’ ମୁଣ୍ତା ଗୋସିଆଣି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୭ ତାରିଖ ସୋମବାର ଫାଇନାଲ ଖେଲ ହୋଇଥିଲା । ଏହି ଫାଇନାଲ ଖେଲରେ ମୁଖ୍ୟ ଅତିଥି ଭାବେ ସିନାପାଲି ବିଡିଓ ସଦାଶିବ ନାଏକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଖର୍ସେଲ ପଞ୍ଚାୟତ ନାଏକ ସରପଞ୍ଚ ଲଛମନ ବଂଜରା, ସମିତି ସଭ୍ୟ ଲକ୍ଷ୍ମଣ ଭୋଇ, ଟିମନପୁର ପଞ୍ଚାୟତ ପିଇଓ ସସ୍ମିତା ବେହେରା, ଗୋଡାଲ ପଞ୍ଚାୟତ ପିଇଓ ସଂଜୟ ପ୍ରଧାନ, ଗୋର୍ଲା ସରପଞ୍ଚ ଦିଲୀପ ମାଝି, ଶୋଭାରାମ ଦଣ୍ତସେନା, ଗଣେଶ ସାହୁ, ପରେଶନାଥ ପାଣିଗ୍ରାହୀ, ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ ଫାଇନାଲ ଖେଲ ବରପଦର ଦଳ ଓ ଗୋର୍ଲା ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ପ୍ରଥମେ ଗୋର୍ଲା ଦଳ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପରେ ବରପଦର ଦଳ ବେଟିଙ୍ଗ କରି ୧୫ ଓଭରରେ ୧୨୯ ରନ ସଂଗ୍ରହ କରି ୮ ୱକେଟ୍ ହରାଇ ଥିଲେ । ଜବାବରେ ଗୋର୍ଲା ଦଳ ୧୫ ଓଭରରେ ୭ ୱକେଟ୍ ହରାଇ ୧୩୦ ରନ ସଂଗ୍ରହ କରି ବିଜୟୀ ଘୋଷିତ ହୋଇଥିଲା । ଗୋର୍ଲା ଦଳ ବିଜୟୀ ଘୋଷିତ ହେବା ପରେ ମଞ୍ଚାସୀନ ଅତିଥିମାନେ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ । କମିଟି ସଭାପତି ଧନେଶ୍ଵର ବଂଜରାଙ୍କ ନେତୃତ୍ବରେ ସମ୍ପାଦକ ସୁବାସ ବଂଜରା, କେସିଅର ଲିଙ୍ଗରାଜ ବଂଜରା ସମେତ କମିଟି ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.