ଡ୍ରେନରେ ପଶିଲା କାର : ଅଳ୍ପକେ ବର୍ତିଲେ ତିନି ମହିଳା ସମେତ ଜଣେ ଶିଶୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସୋମବାର ଗଞ୍ଜାମ ବ୍ଲକ ପାର୍ଶ୍ଵ ସହରର ମୁଖ୍ୟ ଡ୍ରେନରେ ଗୋଟିଏ କାର ପଶି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦୁର୍ଘଟଣା ଗ୍ରସ୍ତ କାରରେ ତିନି ମହିଳା ଓ ଜଣେ ଶିଶୁ ବସିଥିଲେ । ଏଥିରେ ଜଣେ ମହିଳାଙ୍କ ହାତରେ ଆଘାତ ଲାଗିଥିବା ବେଳେ ଅନ୍ୟମାନେ ସୁସ୍ଥ ଅଛନ୍ତି । ସ୍ଥାନୀୟ ଅଞ୍ଚଳ ସ୍ବେଛାସେବୀ ସୁଧୀର କୁମାର ପାଢ଼ୀ, ସରପଞ୍ଚ ସନ୍ତୋଷ ରେଡି, ଲୋକା ବେହେରା, ବାବୁଲା ବିଶୋଇଙ୍କ ସହ ଅନ୍ୟମାନେ ଡ୍ରେନ ଭିତରେ ଫସିଥିବା କାରକୁ ଉଦ୍ଧାର କରିଥିଲେ । ବ୍ରହ୍ମପୁରରୁ କାର୍‌ ନଂ ଓଆର୍‌ ୦୨ ଏଏକ୍ସ୫୬୨୭ ମାଲୁଦ ଯାଉଥିବା ବେଳେ ବ୍ଲକ ଗେଟ ସାଇଡରେ ଥିବା ଇଣ୍ଡିକା ନଂ ଓଆର୍‌୦୭ ୱାଇ୦୨୨୦ ଧକ୍କା ଦେବା ସହ ଡ୍ରେନ ମଧ୍ୟରେ ପଶି ଯାଇଥିଲା । ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ।

Leave A Reply

Your email address will not be published.