ppurohit

ଶିଷକେଲାରେ ମା’ ଘଣ୍ଟାସୁଣି ଅଲ୍‌ ଓଡ଼ିଶା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ : କଟକ ବିଜୟୀ

2nd

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲାଠାରେ ଚତୁର୍ଥ ଦିବସରେ ୩ୟ ବର୍ଷ ମା’ ଘଣ୍ଟାସୁଣି ଅଲ୍‌ ଓଡ଼ିଶା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । କଟକ ଏବଂ ବରଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ୨-୦ କଟକ ବିଜୟୀ ହାସଲ କରିଛି । ମୁଖ୍ୟ ଅତିଥି ଭାବେ ସମାଜସେବୀ ଜ୍ୟୋର୍ତିମୟ ହରପାଲ, ପୁର୍ବତନ ସରପଞ୍ଚ ହରେ କୃଷ୍ଣ ରଣା, ଅରୁଣ ବେହେରା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବିକି ଜି ନାଗ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରେଫରି ବିନୋଦ ବିହାରୀ ବେହେରା, ଲାଇନସ୍‌ ମେନ ଜିତେନ୍ଦ୍ର ଜାଲ, ରାଜେଶ ବଗର୍ତ୍ତି ଦାୟିତ୍ୱ ନିର୍ବାହ କରିଥିବା ବେଳେ କମିଟି ସଭାପତି ପିଙ୍କୁ ରଣା, ସମ୍ପାଦକ ପପୁ ରଣା, ଅଜିତ ହାତୀ, ବିଶିକେଶନ ରଣା, ବବଲୁ ବେହେରା, ସୁଶାନ୍ତ ବେହେରା, ଆଲୋକ ରଣା, ପୀତବାସ ରଣା, ରାଜେଶ ବେହେରା, ସୁବାଷ ରଣା, ଶାନ୍ତନୁ ରଣା, ଅଜିତ ବେହେରା, ଯାଦବ ବେହେରା, ସତ୍ୟ ରଣା, ଗୁଣ ନିଧି ମାଝୀ, ପ୍ରସାଦି ରଣା ପ୍ରମୁଖ ସହଯୋଗ କରୁଥିବା ବେଳେ ଶେଷରେ ପୁରନ୍ଦର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.