ଟାଙ୍ଗିଆ ଏବଂ ଭୁଜାଲିରେ ଆକ୍ରମଣ : ଲୁଟିନେଲେ ଲକ୍ଷାଧିକ ଟଙ୍କା, ସୁନାଗହଣା

ବାଲେଶ୍ୱର : ଟାଙ୍ଗିଆ ଏବଂ ଭୁଜାଲି ଦ୍ୱାରା ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେବାଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପାଇକାଳପୁର ଗାଁରେ ଘଟିଛି । ସୂଚନା ଅନୁସାରେ ଏହି ଗାଁର ସୁଦାମ ଚରଣ ସାହୁ ସାରଡାଙ୍ଗ ବଜାରରେ ଶମ୍ଭୁନାଥ ଜୁଏଲାରୀ ଦୋକାନ ଖୋଲିଥିଲେ । ଶନିବାର ଦିନ ରାତିରେ ଦୋକାନ ବନ୍ଦ ଘରକୁ ଫେରୁଥିବା ବେଳେ ସେହି ସମୟରେ ଅଳିପୁର ପାଇକାଳପୁର ରାସ୍ତାରେ ୪ ଜଣରୁ ଅଧିକ ଅସାମାଜିକ ବ୍ୟ‌କ୍ତି ସୁଦାମଙ୍କ ଗାଡିକୁ ଅଟକାଇ ତାଙ୍କୁ ଟାଙ୍ଗିଆ ଓ ଭୁଜାଲିରେ ଆକ୍ରମଣ କରିଥିଲେ ।
ତେବେ କ୍ଷତାକ୍‌କ୍ତ ଅବସ୍ଥାରେ ସୁଦାମ ଚିତ୍କାର କରିବାରୁ ର୍ଦୁବୁର୍ତ୍ତମାନେ ଡ଼ିକି ଭାଙ୍ଗି ୨ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟି ଫେରାର ହୋଇଯାଇଥିଲେ । ଏନେଇ ସିମୁଳିଆ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି । ଆହତ ସୁଦାମଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ମେଡ଼ିକାଲ୍‌କୁ ତାଙ୍‌ଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.