ପୁଣି କଫ୍‌ ସିରପ୍‌ ମାଫିଆ ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଲେ : ବାଇକ୍‌ ସହ ୨୦୪ ବୋତଲ କଫ୍‌ ସିରପ୍‌ ଓ ନଗଦ ଟଙ୍କା ଜବତ, ୩ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି କଫ୍‌ ସିରପ୍‌ ମାଫିଆ ବଲାଙ୍ଗିର ଟାଉନ୍‌ ପୋଲିସ ହାତରେ ଧରାପଡ଼ିଛନ୍ତି । ଏସ୍‌ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ ଗତକାଲି ରାତି ୮ଟା ୩୫ମି. ସମୟରେ ସ୍ଥାନୀୟ ବରପାଲିପଡ଼ାରୁ ୨୦୪ ବୋତଲ କଫ୍‌ ସିରପ୍‌ ସହ ହୋଣ୍ଡା ଏକ୍‌ଟିଭା ବାଇକ୍‌ (ନଂ.ଓଡ଼ି ୦୩ ଏସ୍‌ ୦୫୯୬), ୩ ଲିଟର ଲୁଜ୍‌ କଫ୍‌ ସିରପ୍‌ ରହିଥିବା ଏକ ଜାର୍‌ ସହ ନଗଦ ୬ ହଜାର ୬୨୫ ଟଙ୍କା ଟାଉନ୍‌ ପୋଲିସ୍‌ ଜବତ କରିବା ସହ ବିଭୂତିପଡ଼ାର ସୁରଜ ମେହେର ଏବଂ ରାଜା ମେହେର ଓ ଇନ୍ଦିରାନଗରର ସରୋଜ ବିଶିକୁ ଗିରଫ୍‌ କରିଛି । ତେବେ ଗତକାଲି ବଲାଙ୍ଗିର ପୋଲିସ କଫ୍‌ ସିରପ୍‌ ଚୋରା ଚାଲାଣ ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏବେ ପୁଣି ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିବ । ପୋଲିସର ଏଭଳି ତନାଘନା ପଦକ୍ଷେପ ଯୋଗୁଁ କଫ୍‌ ସିରପ୍‌ ମାଫିଆଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ଚର୍ଚ୍ଚା ସହରର ଜୋର୍‌ ଧରିଛି ।

Leave A Reply

Your email address will not be published.