pakka

‘ମୋ ସ୍କୁଲ’ ପାଇଁ କଣମଣା ସରପଞ୍ଚଙ୍କ ପଚିଶ ହଜାର ଟଙ୍କା ଅନୁଦାନ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ ଅନ୍ତର୍ଗତ କଣମଣା ଗ୍ରାମ ପଞ୍ଚାୟତର ମୁଖ୍ୟ ସରପଞ୍ଚ ଏସ୍. ଚକ୍ରପାଣି ରେଡ୍ଡୀଙ୍କ ଦ୍ୱାରା କଣମଣା କ୍ଳଷ୍ଟରର ପ୍ରତିଟି ସ୍କୁଲକୁ ତିନିହଜାର ଟଙ୍କା ହିସାବରେ ସର୍ବମୋଟ ପଚିଶ ହଜାର ଟଙ୍କାର ନଗଦ ଅର୍ଥ ଦାନ କରିଛନ୍ତି । ସି.ଆର୍.ସି.ସି. କମଳ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ଳଷ୍ଟର ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀରେ ପ୍ରତ୍ୟେକ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଅର୍ଥ ‘ମୋ ସ୍କୁଲ’ ଜମା ଖାତାରେ ଜମା କରାଯିବ ଏବଂ ସରକାର ଏହି ଜମା-ଅର୍ଥର ଦୁଇଗୁଣ ପ୍ରଦାନ ପରେ ପ୍ରତି ସ୍କୁଲର ଉନ୍ନତିରେ ଲାଗିବ ବୋଲି ସୂଚାଇଛନ୍ତି । ସରପଞ୍ଚଙ୍କ ଏହି ମହତ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଅନ୍ୟମାନେ ବି ଆଗେଇ ଆସିବେ ବୋଲି ମତ ପୋଷଣ କରିବା ସହିତ ସି.ଆର.ସି.ସି. ଶ୍ରୀ ବେହେରାଙ୍କ ସମେତ ବଡ ଆର୍ଯ୍ୟପଲ୍ଲୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରାଜେଶ୍ଵରୀ ଗୌଡ, ସାନ ଆର୍ଯ୍ୟପଲ୍ଲୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତି କୁମାରୀ ତ୍ରିପାଠୀ, ଟାକିରିଆ ବ୍ରହ୍ମପୁର ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାସିନୀ ମହାନ୍ତି, କଣମଣା ସ୍କୁଲର ପ୍ରଧାନ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀ, ତରେଇ ପାଟପୁର । ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ପାଢ଼ୀ, ଜି.ଏନ୍.ପାଲେମ(ପାଲିଆ- ଛତ୍ରପୁର)ର ପ୍ରଧାନ ଶିକ୍ଷୟିତ୍ରୀ କେ. ଲକ୍ଷ୍ମୀ, ଶିକ୍ଷକ ଡଃ. ଜେ. କୁର୍ମା ରାଓ, ଶିକ୍ଷକ ମନୋଜ କୁମାର ତ୍ରିପାଠୀ, ଜୟକୃଷ୍ଣ ବେହେରା, ହରେରାମ ରାଉଳ, ପିତାମ୍ବର ବେହେରା, ଲିଙ୍ଗରାଜ ସ୍ବାଇଁ ପ୍ରମୁଖ ସରପଞ୍ଚ ଶ୍ରୀ ରେଡ୍ଡୀଙ୍କ ଏତାଦୃଶ କାର୍ୟ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ ।

jay balangir
Leave A Reply

Your email address will not be published.

5 × three =

error: Content is protected !!