csstore

ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବାବା ସାହେବ ଆମ୍ବେଦକରଙ୍କ ୬୫ ତମ ମହାପରିନିର୍ବାଣ ଅକ୍ତସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ଆୟୋଜିତ ଏହି ଶିବିରରେ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସ୍ଥାନୀୟ ଘୁଲିପାଲି ଆମ୍ବେଦକର ଛକଠାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶିବିର ଆରମ୍ଭ ହୋଇଥିଲା । ରକ୍ତ ସଂଗ୍ରହ ମୋବାଇଲ ଭ୍ୟାନ ମଧ୍ୟରେ ରକ୍ତଦାନ ଚାଲିଥିଲା । ସୁରକ୍ଷା ମଂଚର ଆବାହକ ପବିତ୍ର ଦେହେରି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ରକ୍ତଦାତାମାନେ ହେଲେ ଉଦ୍ଧବ ମହାନନ୍ଦ, ଗୁରୁଚରଣ ହରପାଲ, କ୍ଷେତ୍ର ମୋହନ ମେହେର, ଦିନେଶ ଅଗ୍ରୱାଲ, ଶୁଭମ ରାୟ, ଏସଏସ ରେଡ୍ଡୀ, ପପ୍ପୁ ଖାଁ, ପାଣ୍ଡବ କର୍ଣ୍ଣ, ଅନିତା କର୍ମୀ, ମୃତ୍ୟୁଞ୍ଜୟ କର୍ଣ୍ଣ, ଅକ୍ଷୟ କର୍ଣ, ସଂଜୀବ କର୍ଣ୍ଣ, ସମୀର କର୍ଣ୍ଣ, ଶ୍ରଦ୍ଧା କର୍ଣ୍ଣ, ଦୀପକ ସାହୁ, ଜଗଦୀଶ ତାଣ୍ଡି, ମନୋଜ ଅଗ୍ରୱାଲ, ମରିୟମ ବାର୍ଳା, ମାର୍କେଟ ତାଣ୍ଡି, ଗୋପୀନାଥ ପାତ୍ର, ରଘୁନାଥ ଦୋରା । କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଅଲିମ ରିଜବି, ଅସିତ ସାହୁ ।

jayashree
Leave A Reply

Your email address will not be published.