pakka

ପଞ୍ଚାୟତସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : କଦଲିପାଲି ଏକାଦଶ ଚାମ୍ପିଅନ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ନିକଟସ୍ଥ ତୋରା ସ୍ପିନିଙ୍ଗ ମିଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚାୟତସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ କଦଲିପାଲି ଏକାଦଶ ଚାମ୍ପିଅନ ହୋଇଛନ୍ତି । ଆଜି ଫାଇନାଲ ଖେଳ ସିଲେଟ ଏକାଦଶ ଓ କଦଲିପାଲି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସମ୍ପୂର୍ଣ୍ଣ ମ୍ୟାଚ ଗୋଲ୍ ଶୂନ୍ୟ ରହିବ ପରେ ପେନାଲଟି ସୁଟରେ କଦଲିପାଲି ଏକାଦଶ ୪-୧ ଗୋଲରେ ବିଜୟୀ ହୋଇଥିଲେ । ଆଜିର ସେମିଫାଇନାଲ ମ୍ୟାଚ କଦଲିପାଲି ଏକାଦଶ ଓ ମୁଣ୍ଡାପଡା ମଧ୍ୟରେ ହୋଇଥିଲା । ଏଥିରେ କଦଲିପାଲି ଏକାଦଶ ବିଜୟୀ ହୋଇଥିଲେ । ସେହିପରି ଦ୍ବିତୀୟ ମ୍ୟାଚ ସିମନ ଷ୍ଟାର ଖେଦାପାଲି ଓ ସିଲେଟ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚରେ ସିଲେଟ ଏକାଦଶ ବିଜୟୀ ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ ଚାମ୍ପିଅନ ଦଳକୁ ଟ୍ରଫି ସହ ନଗଦ ୮ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ରନର୍ସ ଅଫ ଦଳକୁ ଟ୍ରଫି ସହ ନଗଦ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

four × 4 =