oom

ସୋନପୁର ଡାଏଟରେ ବିଦ୍ୟାଳୟର କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ ସଂପର୍କିତ ତାଲିମ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସଦର ଡାଏଟ ପ୍ରାଙ୍ଗଣରେ ୫ ଦିବସୀୟ ବିଦ୍ୟାଳୟ ସ୍ତରୀୟ ଶିଶୁଙ୍କ ଉଦ୍ଦେଶ୍ୟରେ ଆୟୁଷ୍ମାନ ଭାରତ ତରଫରୁ ଓଡିଶା ସରକାର ସ୍ୱାସ୍ଥ୍ୟ ବିଭାଗ ଏବଂ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ସଂପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ହସପିଟାଲର ସିଡିଏମ୍‌ଓ ଡା. ଦିଲ୍ଲିପ କୁମାର ପଣ୍ଡା, ଏଡିଏମ୍‌ଓ ଡା. ମଂଜୁ ସିଂହ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ହସପିଟାଲରେ କାର୍ଯ୍ୟରତ ଆୟୁଷ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଏବଂ ଶିକ୍ଷକ ସମୂହର ୩୬ଜଣ ବ୍ୟକ୍ତି ବିଶେଷଙ୍କୁ ସ୍କୁଲ ପିଲାଙ୍କ ଆବଶ୍ୟକୀୟ ଶାରୀରିକ, ମାନସିକ ତଥା ବିଦ୍ୟାଳୟରେ ଉପଯୁକ୍ତ ସ୍ୱାସ୍ଥ୍ୟ ସଂପର୍କିତ ତାଲିମ ପ୍ରଦାନ କରାଯାଇଛି । କିଶୋର କିଶୋରୀଙ୍କ ଶାରିରୀକ ଏବଂ ମାନସିକ ସ୍ତରକୁ ସୁଦୃଢ କରିବା ନିମନ୍ତେ ଯେଉଁ ସମସ୍ତ ଉପାଦାନ ଦାୟୀ ସେ ବିଷୟରେ ଆଲୋଚନା, ବିତର୍କ, ଗ୍ରୁପ ଏକ୍‌ଟିଭିଟି, ରୋଲପ୍ଲେ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଡାଏଟ ସୋନପୁରର ଟିଚର ଏଡୁକେଟର ସୁଶାନ୍ତ କୁମାର ଭୋଇ, ସିନିଅର ଟିଚର ଏଡୁକେଟର ଅକ୍ଷୟକୁମାର ବେରିଆ, ଆୟୁଷ ଡାକ୍ତର ଡା.ଦିଲ୍ଲିପ କୁମାର ପାଣ୍ଡିଆ, ଡା. ଆଲୋକ ରଂଜନ ପଣ୍ଡା, ଡା.ପ୍ରମୋଦ କୁମାର ମେହେର, ଅକୃର ହୋତା ପ୍ରମୁଖ ତାଲିମ ଦାତା ଭାବରେ ଯୋଗଦାନ କରିଥିଲେ । ତାଲିମ ଗ୍ରହଣ କରିଥିବା ସାଧନ କର୍ମୀମାନେ ଆଗାମୀ ଦିନରେ ବ୍ଲକ ସ୍ତରରେ ବିଭିନ୍ନ ବିଦ୍ୟାଳୟରୁ ଯୋଗଦେବାକୁ ଥିବା ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ସ୍ୱାସ୍ଥ୍ୟ ସଂପର୍କିତ ତାଲିମ ପ୍ରଦାନ କରାଯିବାକୁ ଯୋଜନା କରାଯାଇଥିବା ଜଣାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ରଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସ୍ୱାସ୍ଥ୍ୟ କର୍ମୀ ବିଧୁଭୂଷଣ ପତି ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.