oom

ଫୁଗୁଡା ମା’ ବସ୍ତ୍ରେନ ୟଙ୍ଗ ମାସ କ୍ଲବର ଦ୍ଵିତୀୟ ପ୍ରତିଷ୍ଠା ଦିବସ ପାଳିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ପଞ୍ଚାୟତ ଫୁଗୁଡା ଗ୍ରାମରେ ଥିବା ମା’ ବସ୍ତ୍ରେନ ୟଙ୍ଗ ମାସ କ୍ଲବର ଦ୍ଵିତୀୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସଭାପତି ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ବିଜେଡି ନେତା ଅଜୟ ଦାସ, ସମ୍ମାନୀୟ ଅତିଥି ଭାବେ ସମାଜକର୍ମୀ ସନ୍ତୋଷ ମେହେର, ବିଜେଡି ନେତ୍ରୀ ଗୀତାଞ୍ଜଳି ପୁଟେଲ, ଉମାକାନ୍ତ ମେହେର, ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ଯୋଗେଶ କୁମାର ସାହୁ, ସୁମିତ ଜୈନ, ବିଚାର ସାହୁ, ଧରୁ ଭୋଇ, ହୃଷିକେଶ ପୁଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମାଜ ଗଠନରେ ଯୁବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଗାଁରେ ଯୁବକମାନେ ବିଭିନ୍ନ କାମରେ ନିୟୋଜିତ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା କହିଛନ୍ତି ଅତିଥି । ଝଲପ ପଲ୍ଲୀ ପ୍ରଗତି ପାଠାଗାରର ସଭାପତି ଝସକେତନ ବାରିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ କ୍ଲବର ଉପସଭାପତି ରମେଶ ହଂସ, ସମ୍ପାଦକ ଖୁସିରାମ ରଣା, ସହ ସମ୍ପାଦକ ଡୋଳାମଣି ଭୋଇ, କୋଷାଧ୍ୟକ୍ଷ ଧରଣୀ ଭୋଇ, ସଦସ୍ୟ ଜୟରାମ ଭୋଇ, ଲକ୍ଷ୍ମଣ ବାଗ, ତେଜରାଜ ଭୋଇ, ଜିତ ଭୋଇ, ପତିରାମ ସାହୁ, କୈଳାସ ସାହୁ, ରାମବିଳାସ ସାହୁ, ସୁରେଶ ଅଦା, ଲମ୍ବୁଧର ଚରକା, ଡମ୍ବରୁ ଭୋଇ, ସଦାନନ୍ଦ ବାଗ, ଲକପତି ନାଗ, କେଶବ ନାଗ, ଲକ୍ଷ୍ମୀ ଚନ୍ଦନ, ବାଲକିଷାନ ଚନ୍ଦନ, ନିରଞ୍ଜନ ଭୋଇ, ସିର୍ଧର ହଂସ ପ୍ରମୁଖଙ୍କ ସହ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.