ppurohit

ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହେରାଙ୍କ ଉଦ୍ଦେଶ୍ୟରେ ଶୋକସଭା ଅନୁଷ୍ଠିତ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ପ୍ରତିଷ୍ଠାତା ଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହେରା । ସଦା ସର୍ବଦା ଜିଲ୍ଲା ତଥା ରାଜ୍ୟର ସାମ୍ବାଦିକ ମାନଙ୍କ ସମସ୍ୟା ବିଷୟ ବିଭିନ୍ନ ଫୋରମରେ ଉପସ୍ଥାପନ କରିବା ସହିତ ବ୍ୟବସ୍ଥା ବିରୋଧରେ ପ୍ରତିବାଦ ସହ ସ୍ବର ଉତ୍ତୋଳନ କରି ଆସିଥିଲେ। ତାଙ୍କର ତିରୋଧାନରେ ଆଜି ସାମ୍ବାଦିକ ଭବନ ଠାରେ ସଂଘର ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ବର୍ଗତ ସତ୍ୟ ନାରାୟଣ ବେହେରାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସ୍ବର୍ଗତ ଆତ୍ମାର ସଦଗତି କାମନା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ପରେ ଉପଦେଷ୍ଟା ସନ୍ଦୀପ କୁମାର କୁଅଁର, କାର୍ଯ୍ୟକାରୀ ସଭାପତି ଅଶ୍ବିନୀ କୁମାର ନାଏକ, କୋଷାଧ୍ୟକ୍ଷ ଶ୍ୟାମ ପ୍ରସାଦ ଗୁରୁ, ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ମିଶ୍ର, ଅଶୋକ କୁମାର ସାହୁ, ସାଧାରଣ ସଂପାଦକ ବିମଳେନ୍ଦୁ ସାହୁ ପ୍ରମୁଖ ସ୍ବର୍ଗତ ବେହେରାଙ୍କ ସ୍ମୃତି ଚାରଣ କରି ତାଙ୍କ ସଂଘ ପ୍ରତି କର୍ତ୍ତବ୍ୟବୋଧ ଓ ତ୍ୟାଗ ସଂପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ସାହୁ ସାମ୍ବାଦିକତା ପାଇଁ ସମର୍ପିତ ସ୍ବର୍ଗତ ବେହେରାଙ୍କ ସ୍ଥାନ ଅପୂରଣୀୟ ବୋଲି କହିଥିଲେ । ଶେଷରେ ସାଧାରଣ ସଂପାଦକ ଶ୍ରୀ ସାହୁଙ୍କ ଧନ୍ୟବାଦ ଅର୍ପଣ ପରେ ଶୋକସଭା ଶେଷ ହୋଇଥିଲା ।

Leave A Reply

Your email address will not be published.