csstore

ରକ୍ଷକ ପ୍ରକଳ୍ପ ତାଲିମ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିକାଶ ସ୍କୁଲ କ୍ୟାମ୍ପସରେ ଗୁରୁବାର ଦିନ ରକ୍ଷକ ପ୍ରକଳ୍ପର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ପ୍ରଥମ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଗଲେ ମୃତ୍ୟୁହାର ପଚାଶ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଛି । ଏଥି ନିମନ୍ତେ ଫାଷ୍ଟ ରେସପଣ୍ଡର (ସ୍ୱେଚ୍ଛାସେବୀ)ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ, ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି ନିମନ୍ତେ ସହାୟତା କରିବା ପାଇଁ ଉପସ୍ଥିତ ଫାଷ୍ଟରେସପଣ୍ଡରମାନଙ୍କୁ ତାଲିମ ପ୍ରଦାନ ନିହାତି ଆବଶ୍ୟକ । ଏମାନଙ୍କ ଦକ୍ଷତା ବୃଦ୍ଧି ଓ ଏଥିପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ସମ୍ମାନିତ ଅତିଥି ଭାବେ ବରଗଡ ଏସ୍‌ଡିପିଓ ଏବଂ ବିକାଶ ସ୍କୁଲର ଡି. ନାଗେଶ୍ୱର ରାଓ ପ୍ରମୁଖ ମଂଚାସୀନ ଥିଲେ । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଭିଆଇ କାହ୍ନୁ ଚରଣ ବାନରା, ଅରୁଣ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଶିକ୍ଷକ ଭାବରେ ମାଷ୍ଟର ଟ୍ରେନର ପ୍ରଦୀପ୍ତ ଭଟ୍ଟାଚାର୍ଯ୍ୟ, ରଜନୀକାନ୍ତ ମିଶ୍ର ପ୍ରମୁଖ ତାଲିମ ପ୍ରଦାନ କରି ଏହି ପ୍ରକଳ୍ପର ସଫଳ ରୂପାୟନ ପାଇଁ ବିସ୍ତୃତ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.