ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଗତକାଲି୧୧ଟା ସମୟରେ ବିଶ୍ୱଏଡସ୍ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରାମେଶ ପ୍ରଧାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟର ଭେଷଜ ବିଭାଗ ପ୍ରଫେସର ଡ. ଶୀବ ପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏଡସ୍ର ଆବିର୍ଭାବ, ଏହାର ନିଦାନ ଓ ପ୍ରତିକାର ବିଷୟରେ ପ୍ରାଞ୍ଜଳ ଭାବେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ୟୁଥ ରେଡକ୍ରସର ସଂଯୋଜକ ମଳୟ ରଞ୍ଜନ ରଣା ବିଶ୍ୱ ଏଡସ୍ ଦିବସର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟପକ, ଅଧ୍ୟାପିକା ତଥା ଶ୍ରୀମତୀ ରିଙ୍କି ସେଠ, ଶାରଦାଭଞ୍ଜ ଦେଓ, ସରୋଜ ମହାନ୍ତି ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ଏହି ସମାରୋହରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଅଧ୍ୟାପକ ସନତ ରଥ, ଉଦୟନାଥ ରଥ, ରୋଜାଲିନ ସାହୁ, ଆରତୀ କୁଣ୍ଠ, ଅଙ୍କିତା ତ୍ରିପାଠୀ, ଭାଗ୍ୟଶ୍ରୀ ତ୍ରିପାଠୀ, ଧିରେନ୍ଦ୍ର ପାଣିଗ୍ରାହୀ, ବିଜୟ ବିଶି ପ୍ରମୁଖ ସହଯୋଗ କରିଥିଲେ । ରାଜନିତୀ ବିଜ୍ଞାନର ଅଧ୍ୟପକ ଡ.ସୁରେଶ ଷଢ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଜୀବ ବିଜ୍ଞାନ ଅଧ୍ୟାପିକା ରଶ୍ମିତା ପଣ୍ଡା ଧନ୍ୟବାଦ ଅପର୍ଣ କରିଥିଲେ ।
Next Post