pr

ଏନ୍‌ସିସି ଏବଂ ସଂକଳ୍ପ ପରିବାର ପକ୍ଷରୁ ବରଗଡ ପଞ୍ଚାୟତ ବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ

dr. purohit

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ପଞ୍ଚାୟତ କଲେଜ ଏନ୍‌ସିସି ଏବଂ ସଂକଳ୍ପ ପରିବାରର ମିଳିତ ଉଦ୍ୟମରେ ଆଜି ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଏନ୍‌ସିସି ଦିବସ ଏବଂ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ପ୍ରତି ବର୍ଷ ବରଗଡ ପଞ୍ଚାୟତ ମହାବିଦ୍ୟାଳୟରେ ପୂର୍ବତନ ଏନ୍‌ସିସି ଛାତ୍ରଛାତ୍ରୀଙ୍କ ସହଯୋଗରେ ରକ୍ତଦାନ ଶିବିରର ଆୟୋଜନ ହୋଇଥାଏ । ତେବେ ଆଜି ମଧ୍ୟ ପଞ୍ଚାୟତ ମହାବିଦ୍ୟାଳୟଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରି ସହିତ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା । ଆଜିର ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଏନ୍‌ନ୍ସିସି ଅଫିସର କେପଟେନ ପାଣ୍ଡବ ବେହେରା ଯୋଗଦାନ କରି ଏହି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ସ୍ଥାନୀୟ ଜର୍ଜ ହାଇସ୍କୁଲର ଏନ୍‌ସିସି ଅଫିସର ଲେଫ୍ଟେନେଣ୍ଟ ଅମୃତଲାଲ ବେହେରା ଏବଂ ବରଗଡ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ଏନ୍‌ସିସି ଅଫିସର ଲେଫ୍ଟେନେଣ୍ଟ ଗଙ୍ଗାଧର ଭୋଇ ପ୍ରମୁଖ ଯୋଗଦାନ କରି ଏହି ଶିବିରକୁ ଉଦ୍‌ଘାଟନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ରକ୍ତଦାନ ଶିବିରରେ ମୋଟ ୧୬ ଜଣ ମହିଳା ରକ୍ତଦାତା ସମେତ ମୋଟ ୬୮ ଜଣ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ । ତେବେ ଆଜିର ଏହି ରକ୍ତଦାନ ଶିବିରରେ ଅନେକ ନୂତନ ଛାତ୍ରଛାତ୍ରୀ ପ୍ରଥମ କରି ରକ୍ତଦାନ କରି ବେଶ ଉତ୍ସାହିତ ହୋଇଥିବା ପ୍ରକାଶ କରିଥିଲେ । ଆଜିର ଏହି ଶିବିରକୁ ପଞ୍ଚାଯତ ମହାବିଦ୍ୟାଳୟର ଏନ୍‌ସିସି ଅଫିସର ଲେଫ୍ଟେନେଣ୍ଟ ଲିଲିମା ମେହେର ପରିଚାଳନା କରିଥିବା ବେଳେ ସଂକଳ୍ପ ପରିବାର, ବରଗଡ ତଥା ପୂର୍ବତନ ଏନ୍‌ସିସି ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.