pr

ବୁଢାବାହାଲରେ ଧାନ ମଣ୍ଡି ଶୁଭାରମ୍ଭ : ତଦାରଖ କଲେ ଉପଜିଲ୍ଲାପାଳ

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ୨୨ଟି ପଞ୍ଚାୟତ ମଧ୍ୟରୁ କେତେକ ଗାଁ ମଧ୍ୟରେ କମ୍‌ ପରିମାଣରେ ଧାନ ଅମଳ ହୋଇଛି । କିନ୍ତୁ ବର୍ଷାର ଅଭାବରୁ ବ୍ଳକର ବିଭିନ୍ନ ସ୍ଥାନରେ ମରୁଡି ପରିସ୍ଥିତି ଦେଖାଦେଇଛି । ଯାହା ଫଳରେ ଚାଷୀ ମୁଣ୍ଡରେ ଚଡକ ସାଜିଛି । ତେବେ ସରକାରଙ୍କ ନିଷ୍ପତି କ୍ରମେ ଆଜି ସଇଁନ୍ତଲା ବ୍ଲକର ବୁଢାବାହାଲ ସମବାୟ ସମିତିଠାରେ ଖରିଫ ଋତୁର ଧାନ କିଣିବା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ତେବେ ଏହାର ତଦାରଖ କରିବା ପାଇଁ ଆଜି ଟିଟିଲାଗଡ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ ଗସ୍ତ କରି ଚାଷୀ ସହ ଆଲୋଚନା କରିବା ସହ ସମବାୟ ସମିତି ସମ୍ପାଦକଙ୍କ ସହ କିଭଳି ଭାବରେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହିତ ଧାନ କିଣା ହେବ ତାହାକୁ ନେଇ ଆଲୋଚନା କରିଥିଲେ । ଏଥିରେ ସ୍ଥାନୀୟ ସମବାୟ ସମିତି ସମ୍ପାଦକ ଡ଼ମ ସାହୁ ସମେତ ଚାଷୀମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.