ସୌମ୍ୟ ସେବା ଫାଉଣ୍ଡେସନର ୨୦ ତମ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ୪୦ କିଲୋମିଟର ଦୂର ରତାଖଣ୍ଡି ଗ୍ରାମରେ ସମାଜସେବୀ ପ୍ରେମ କିଶୋର ସାହୁଙ୍କ ଅନୁରୋଧ କ୍ରମେ ସୌମ୍ୟସେବା ଫାଉଣ୍ଡେସନ ତରଫରୁ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦୦ ଜଣ ରୋଗୀଙ୍କୁ ମାଗଣା ଔଷଧ ଓ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସମାଜସେବୀ ରଘୁନାଥ ନାୟକ ଔଷଧ ବଣ୍ଟନ କରିଥିଲେ ଓ ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ଚିକିତ୍ସା କରିଥିଲେ । ଏହି ଶିବିର ଆୟୋଜନରେ ସମାଜସେବୀ ପ୍ରେମ କିଶୋର ସାହୁ, ସୁଶାନ୍ତ ବରିହା, ଅନନ୍ତ କଲେତ, ଗୌତମ ମେହେର ଓ ବିଶ୍ୱଜିତ ଖରସେଲ ମୁଖ୍ୟ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.