jsm

ବୌଦ୍ଧ ଜିଲ୍ଲା କ୍ରିକେଟ ସଂଘର ବନ୍ଧୁ ମିଳନ ଓ କ୍ରୀଡା ଉପକରଣ ବଣ୍ଟନ

csstore

କଣ୍ଟାମାଳ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କ୍ରିକେଟ ସଂଘର ବନ୍ଧୁ ମିଳନ କଣ୍ଟାମାଳ ସନ୍ନିକଟ ମଲିକୁଦ ତେଲ ନଦୀ କୂଳରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାଚ, ଗୀତ ସହ ସଦସ୍ୟମାନେ ମଜାମଜଲିସ କରି ତେଲ ନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ । ଏହି ଅବସରରେ ଓଡିଶା କ୍ରିିକେଟ ଆସୋସିଏସନ୍‌ର ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଦ୍ୱାରା ପ୍ରଦତ୍ତ କ୍ରିକେଟ କିଟ୍‌ ବ୍ୟାଗ, ମେଟ୍‌ ଆଦିଗୁଡିକୁ ଜିଲ୍ଲାର କଣ୍ଟାମାଳ, ବାଉଁଶୁଣୀ, ବୌଦ୍ଧ ଓ ପୁରୁଣାକଟକ କ୍ଲବକୁ ପ୍ରଦାନ କରାଯାଇଥିଲା । ଏହି କିଟ୍‌ ପ୍ରଦାନ ଉତ୍ସବରେ ଯୁଗଳ ସାମଲ, ଲମ୍ବୋଦର ପୁରୋହିତ, ରାଜକିଶୋର ମହାଲିକ, ଦିବ୍ୟଶଙ୍କର ରାଉତ, ନିରଞ୍ଜନ ମେହେର, ବିଶେଶ୍ୱର ପୃଷ୍ଠି, ସତ୍ୟଜୀତ ପଣ୍ଡା, ସତ୍ୟନାରାୟଣ ପାଣି, ସରୋଜ ପ୍ରଧାନ, ସେକ୍‌ କଲିମ, କୁନୁ ରାଜହଂସ, ସୈଲେନ୍ଦ୍ର ବସ୍ତିଆ, ପ୍ରଦୀପକୁମାର ଦାଶ, ସୁକାନ୍ତ ପଟ୍ଟନାଏକ, ଅରୁଣକୁମାର ଖଟୁଆ, ଦିବ୍ୟରଞ୍ଜନ ପଟ୍ଟନାୟକ, ଭୈରବୀ କ୍ଲବର ସଭାପତି ନିରୋଦ କୁମାର ମେହେର ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ବୌଦ୍ଧ ଜିଲ୍ଲାରେ କ୍ରିକେଟର ଭିତ୍ତିଭୂମି ବିକାଶ ସହିତ କ୍ରିକେଟ ପାଇଁ ଗ୍ରାମ୍ୟ ସ୍ତରରୁ ଖେଳାଳୀ ଚୟନ କରି ସୁଯୋଗ ସୃଷ୍ଟି କରିବା ସହିତ ଏଭଳି କିଟ୍‌ ପ୍ରଦାନ ପାଇଁ ଓ.ସି.ଏର ସଭାପତିଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ କଣ୍ଟାମାଳ କ୍ରିକେଟ କ୍ଲବର ସଦସ୍ୟମାନେ ଆୟୋଜନ କରିଥିଲେ ।

yuvodaya
Leave A Reply

Your email address will not be published.