ମଣିପୁରରେ ନିର୍ମାଣ ହେଉଛି ବିଶ୍ୱର ସର୍ବୋଚ୍ଚ ରେଳ ସେତୁ

ମଣିପୁର : ମଣିପୁରରେ ରେଳବାଇ ବିଶ୍ୱର ସର୍ବୋଚ୍ଚ ସେତୁ ନିର୍ମାଣ କରୁଛି । ଏହା ୧୧୧ କିଲୋମିଟର ଲମ୍ବ ଜିରିବାମ-ଇମ୍ଫାଲ ରେଳ ପ୍ରକଳ୍ପର ଏକ ଅଂଶ । ୟୁରୋପର ମୋଣ୍ଟେନେଗ୍ରୋରେ ୧୩୯ ମିଟର ମାଲା-ରିଜେକା ଭାୟାଡକ୍ଟ ରେକର୍ଡ ଭାଙ୍ଗି ୧୪୧ ମିଟର ଉଚ୍ଚରେ (୩୪ ମହଲା ବିଶିଷ୍ଟ କୋଠା ସହିତ ସମାନ) ଏହି ସେତୁ ନିର୍ମାଣ କରାଯାଉଛି ।

ପ୍ରକଳ୍ପର ମୁଖ୍ୟ ଇଞ୍ଜିନିୟର ସନ୍ଦୀପ ଶର୍ମା ସୂଚନା ଦେଇଛନ୍ତି ଯେ, ପ୍ରକଳ୍ପ ଶେଷ ହେବା ସହିତ ୧୧୧ କିଲୋମିଟର ଦୂରତା ୨-୨.୫ ଘଣ୍ଟା ମଧ୍ୟରେ ଅତିକ୍ରମ କରିବା ସମୟ ଧାର୍ଯ୍ୟ କରାଯିବ । ବର୍ତ୍ତମାନ ଜିରିବାମ୍-ଇମ୍ଫାଲ୍ (ଏନ୍‌ଏଚ୍‌-୩୭) ମଧ୍ୟରେ ଦୂରତା ହେଉଛି ୨୨୦ କିଲୋମିଟର, ଯାହା ପ୍ରାୟ ୧୦-୧୨ ଘଣ୍ଟା ଯାତ୍ରା ସମୟ ନେଇଥାଏ । ନିର୍ମାଣ ପରେ ନୋନି ଉପତ୍ୟକା ପାର ହେଉଥିବା ଏହି ବ୍ରିଜ୍‌ ଦୁନିଆର ସର୍ବୋଚ୍ଚ ଘାଟ ସେତୁ ଭାବେ ପରିଚୟ ବହନ କରିବ ।

Leave A Reply

Your email address will not be published.