pakka

ମଣିଷର ଜୀବନଯାତ୍ରା

bbehera
  • ମୀନକେତନ ବାରଲେବଡ଼ିଆ

ମଣିଷର ଜୀବନଯାତ୍ରା ନିଜ ଆୟତ୍ତରେ ନ ଥାଏ । ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରିବାର ସ୍ବପ୍ନ ଦେଖୁଥିବା ବେଳେ ପତ୍ନୀ ଛାଡ଼ପତ୍ର ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହୁଏ, ପୁତ୍ର ଭଲ ପାଠପଢ଼ି ଡାକ୍ତର କି କଲେକ୍ଟର ହେବ ଭାବୁଥିବା ବେଳେ ଦଶମ ଶ୍ରେଣୀରୁ ହିଁ ଝୁଣ୍ଟି ପଡ଼େ । ଉଚ୍ଚଶିକ୍ଷିତା ଝିଅ ପାଇଁ ପିତାମାତା ଏକ ସୁଯୋଗ୍ୟ ବରପାତ୍ର ଚୟନ କରି ସାରିଥିବା ବେଳେ ଝିଅ ଏକ ଅନାମଧ୍ୟେୟ ପୁଅର ହାତ ଧରିବା ପାଇଁ ଜିଦ୍ ଧରିଥାଏ । ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଇ ପୁଅଝିଅକୁ ଉତ୍ତମ ସ୍ଥାନରେ ଅବସ୍ଥାପିତ କରିବାରେ ସକ୍ଷମ ହେଇଥିବା ପିତାମାତାଙ୍କୁ ହିଁ ଜରାଗୃହ ଯିବାକୁ ହୁଏ । ଜୀବନଯାକ ଉପାର୍ଜିତ ଧନରେ ବଡ଼ ଘରଟିଏ ତିଆରି ଥିଲେ ବି ଘରେ ରହିବା ପାଇଁ ଲୋକ ନ ଥାନ୍ତି।
ଆହାଃ କି ବିଚିତ୍ର ଏ ସଂସାର !!

Leave A Reply

Your email address will not be published.

six + 2 =