csstore

ଆନ୍ତର୍ଜାତିକ ‘ମହିଳା ବିରୁଦ୍ଧରେ ହିଂସା’ ଦିବସ ୨୦୨୧ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସ୍ଥାନୀୟ ସାମାଜିକ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ଅନୁଷ୍ଠାନ ନେସ୍‌ନାଲ୍‌ ପିସ୍‌ ୟୁନିସନ ଦ୍ୱାରା ପରିଚାଳିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ମାଧ୍ୟମରେ ଅନ୍ତର୍ଜାତୀୟ ‘ମହିଳା ବିରୁଦ୍ଧରେ ହିଂସା’ ଦିବସକୁ ପାଳିତ ହୋଇଯାଇଛି । ଉକ୍ତ ଦିବସ କ୍ରମରେ ମହିଳା ମାନଙ୍କ କ୍ଷେତ୍ରରେ ଘରୋଇ ହିଂସା, ସମାଜରେ ହିଂସା, ବିବାହ ଉତ୍ସବ ଓ ଯୌତୁକଜନିତ ହିଂସା, ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟରତ ମହିଳାମାନଙ୍କୁ ଶୋଷଣ ଓ ତାଙ୍କ ପ୍ରତି ହିଂସା ଇତ୍ୟାଦି ବିଷୟରେ ବିଶେଷ ଆଲୋଚନା କରାଯାଇଥିଲା । ମହିଳା ହିଂସାକୁ ପ୍ରତିରୋଧ କରିବାକୁ ହେଲେ ମହିଳାମାନେ ବିଭିନ୍ନ ଜାତୀୟ, ଆନ୍ତର୍ଜାତୀୟ ସାମାଜିକ ଅନୁଷ୍ଠାନ ମାନଙ୍କ ସହିତ ଜଡିତ ରହିବା, ବିଭିନ୍ନ ମାନବିକ ଅଧିକାର ଅନୁଷ୍ଠାନ, ଗଣମାଧ୍ୟମ ଅନୁଷ୍ଠାନ ମାନଙ୍କ ସହିତ ରହି ନିଜେ ସ୍ୱୟଂସିଦ୍ଧ ହୋଇ ସ୍ୱର ଉତ୍ତୋଳନ କଲେ ଧୀରେ ଧୀରେ ସମାଜରୁ ମହିଳା ହିଂସା କମି ଯିବାର ସମ୍ଭାବନା ରହିଛି ବୋଲି ପିସ୍‌ ୟୁନିସନ ନିର୍ଦେଶକ ସତ୍ୟ ରଞ୍ଜନ ମିଶ୍ର ଉଦବୋଧନ ଦେଇଥିବା ବେଳେ ସରକାରୀ ସ୍ତର ମାନଙ୍କରେ ଅଳ୍ପ ବୟସରେ ବିବାହକୁ ନେଇ, ଆର୍ଥିକ ଅନାଟନକୁ ନେଇ କଳହ ଓ ପାରିବାରିକ ହିଂସାକୁ ପ୍ରତିହତ କିଭଳି କରାଯାଇ ପାରିବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ଅତିରିକ୍ତ ମ୍ୟାନେଜର ରାମାନୁଜ ପଣ୍ଡା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡା. ଆଶିଷ ବିଶ୍ୱାସ ମତପ୍ରକାଶ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଜଣେ ରାଷ୍ଟ୍ରୀୟ ତଥା ରାଜ୍ୟ ସ୍ତରରେ ପ୍ରତିଷ୍ଠିତ ମହିଳା ମଡେଲ ଯିଏ କି ରାଜ୍ୟ ପ୍ରଭାବୀ ମହିଳା, ରାଣୀ ଦୁର୍ଗାଶକ୍ତି ପୁରସ୍କାର, ରାଷ୍ଟ୍ରୀୟ ତିଆରା ପୁରସ୍କାର ଦ୍ୱାରା ସମ୍ମାନିତ ସୁଶ୍ରୀ ସ୍ୱାଗତିକା କୁଅଁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନାରୀଙ୍କ ସଶସ୍ତିକରଣ ଓ ହିଂସାକୁ ରୋକିବା ପାଇଁ କିଭଳି ଜଣେ ଝିଅ ନିଜକୁ ସଜାଗ ରଖିବ ଓ ଆତ୍ମ ସ୍ୱାବଲମ୍ବୀ ହୋଇ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବା ବେଳେ ଯୋଗଦାନ କରିଥିବା ମହିଳା, ଆଶା ଦିଦି, ସ୍ୱାସ୍ଥ୍ୟ କର୍ମୀମାନ ନିଜ ଅଭିଜ୍ଞତା ଆଧାରିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

jayashree
Leave A Reply

Your email address will not be published.