ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହେଲା ରେଳଲାଇନ କଡରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବଜାତ ଶିଶୁ କନ୍ୟାକୁ ରାସ୍ତା କଡ଼ ଅଳିଆ ଗଦାରେ ଫିଙ୍ଗି ଦେବା ଭଳି ଏକ ଖବର ଏବେ ପୁଣି ସମନାକୁ ଆସିଛି । ଗତ କାଲି ରାତି ୧୨ ଟା ସମୟରେ ସୁଦପଡା ଫାଟକ ଓଭର ବ୍ରିଜ କଡ଼ରେ ଗୋଟିଏ ପେଟି ଭିତରେ ନବଜାତ ଶିଶୁଟିଏ ପଡିଥିବା ଦେଖିଥିଲେ କିଛି ଲୋକ । ଏନେଇ ପୋଲିସକୁ ଫୋନ କରି ଜଣାଇଥିଲେ । ପରେ ଶିଶୁଟି ଜୀବିତ ନା ମୃତ, ତାହା ଜାଣି ନ ଥିବା ବେଳେ ବଲାଙ୍ଗିର ଭୀମଭୋଇ ମେଡିକାଲକୁ କିଛି ସ୍ବେଛାସେବୀ ସଂଗଠନର ଯୁବକ ନବଜାତ ଶିଶୁକୁ ଆଣିଥିଲେ । ଦୀର୍ଘ ସମୟ ଧରି ଶିଶୁଟିର ଯାଞ୍ଚ କରାଯାଇଥିଲା । ହେଲେ ଶିଶୁଟିର ମୃତ୍ୟୁ ଘଟିସାରିଥିବା ଜଣାପଡିଥିଲା । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନର ଢିଲା ମନୋଭାବ ଯୋଗୁଁ ଏଭଳି ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ବେଛାସେବୀ ମାନେ ।

Leave A Reply

Your email address will not be published.