ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ମୁକ୍ତା ଯୋଜନାରେ ସାମିଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ଏନ୍ଏସିର ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ଗତ ୧୭ ତାରିଖ ବରଗଡ଼ ଓସ୍ୱାନ ହଲ୍‌ଠାରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଭର୍ଚୁଆଲ ମାଧ୍ୟମରେ ୫ଟି ସଚିବ ଭି କେ ପାଣ୍ଡିଏନ୍‌ଙ୍କୁ ଦେଇଥିବା ପ୍ରସ୍ତାବ ଗୁଡିକର ମଞ୍ଜୁରୀ ପ୍ରାପ୍ତ ସୂଚନାକୁ ନେଇ ଶ୍ରୀମତୀ ଛୁରିଆ ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ସ୍ଥିତ ରାଣେଶ୍ୱର୍ ରାମଚଣ୍ଡୀ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏନ୍ଏସି ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶ, କାଉନସିଲର ଆରତୀ ନାଏକ, ସନ୍ତୋଷିନୀ ମକ୍ୱାନା, ଗୁନିଆ ସାହୁ, ଏନ୍ଏସି ବିଜୁ ଯୁବ ଜନତା ଦଳ ସଭାପତି ସିର୍ଦ୍ଧାଥ ଶଙ୍କର ପଣ୍ଡା ଓ ଏନ୍ଏସି ସଭାପତି ଯତୀନ ଦାଶ ମଞ୍ଚାସୀନ ଥିଲେ । ଏହି ମୁକ୍ତା ଯୋଜନାରେ ଅତାବିରା ଏନ୍ଏସି ପାଇଁ ୩ କୋଟି ୨୧ଲକ୍ଷ ଟଙ୍କା ମଞ୍ଜୁରୀ ପ୍ରାପ୍ତ ହୋଇଛି । ମଞ୍ଜୁରୀ ଅନୁଦାନରୁ ପ୍ରସ୍ତାବିତ ପ୍ରକଳ୍ପ ୫ଟି କ୍ଷୁଦ୍ର ଉଦ୍ୟାନ ପାଇଁ ୩୧ଲକ୍ଷ, ୩ଟି ପବ୍ଲିକ ଜିମ୍ ପାଇଁ ୧୩ଲକ୍ଷ, ୧୭ଟି ଚାଲିବା ରାସ୍ତା ପାଇଁ ୫୬ଲକ୍ଷ, ୩ଟି ଖେଳ ପଡିଆ ପାଇଁ ୮ଲକ୍ଷ, ୪ଟି ଶୌଚାଳୟ ପାଇଁ ୧୧ଲକ୍ଷ, ୨ଟି ରାସ୍ତା କଡ଼ ବିକ୍ରୟ ସ୍ଥଳୀ ପାଇଁ ୨୯ଲକ୍ଷ, ୮ଟି ରାସ୍ତା ଓ ଡ୍ରେନ ପାଇଁ ୧କୋଟି ୧୪ଲକ୍ଷ, ୪ଟି ରାସ୍ତା ପାଇଁ ୫୯ଲକ୍ଷ ସମୁଦାୟ ୪୬ଗୋଟି ପ୍ରକଳ୍ପ ମଞ୍ଜୁରୀ ପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ୱାର୍ଡ ନଂ ୩ ପରମାଣପୁର କେନାଲରୁ କେନାଲପଡ଼ା ୧୧ଲକ୍ଷ, ଗଣେଶ ନଗର ୱାର୍ଡ ୧୦ ରାସ୍ତା ପାଇଁ ୮ଲକ୍ଷ, ୱାର୍ଡ ନଂ ୧୧ ରେଙ୍ଗାଲିପାଲି ସ୍କୁଲରୁ ଶ୍ମଶାନ ଘାଟ ରାସ୍ତା ପାଇଁ ୨୦ଲକ୍ଷ, ୱାର୍ଡ ନଂ ୧୨ ମହନ୍ ଟିକ୍ରାରୁ କାଣ୍ଡପାଲି ରାସ୍ତା ୨୦ଲକ୍ଷ, ୱାର୍ଡ ନଂ ୧ ସୁକୁମାର ଘରରୁ ଡନ୍ ବସ୍କୋ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ପାଇଁ ୮ଲକ୍ଷ, ୱାର୍ଡ ୪ ଦୂର୍ଗା ମନ୍ଦିରରୁ ଶିବ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ପାଇଁ ୧୫ଲକ୍ଷ, ୱାର୍ଡ ନଂ ୩ ଭାଲୁପାଲି ନାଳିଆରୁ ସମଲେଇ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ପାଇଁ ୧୮ଲକ୍ଷ, ୱାର୍ଡ ୪ ମହାନ୍ତି ଘରରୁ ପାର୍ବତୀ ମନ୍ଦିର ରାସ୍ତା ଓ ଡ୍ରେନ ପାଇଁ ୧୫ଲକ୍ଷ, ୱାର୍ଡ ନଂ ୫ ଝାରବନ୍ଦ ଟିକ୍ରା ହରିଜନପଡ଼ାରୁ ଝାଉଁ ଜୋର୍ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ପାଇଁ ୧୯ଲକ୍ଷ, ୱାର୍ଡ ନଂ ୮ ବୈମାନ ଟିକ୍ରା ଡ୍ରେନ ପାଇଁ ୧୦ଲକ୍ଷ, ରେଙ୍ଗାଲି ପାଲି କଲ୍‌ଭଟ୍‌ରୁ ରୁଗୁଡ଼ିପଡ଼ା ରାସ୍ତା ଓ ଡ୍ରେନ ପାଇଁ ୧୦ଲକ୍ଷ ଓ ୱାର୍ଡ ନଂ ୧୨ ବନବାସ ଘରଠାରୁ ନଲିଆ ପର୍ଯ୍ୟନ୍ତ ଡ୍ରେନ ପାଇଁ ୧୯ଲକ୍ଷ ଟଙ୍କା ମଞ୍ଜୁରୀ ହୋଇ ଆସନ୍ତା ୭ଦିନ ମଧ୍ୟରେ ଟେଣ୍ଡର ନେବାରେ ପ୍ରସ୍ତାବ ଦିଆଯାଇ କାର୍ଯ୍ୟଗୁଡ଼ିକୁ ସଂପାଦନ କରାଯିବ ବୋଲି ସୂଚନା ଦେଇଥିଲେ ।

Leave A Reply

Your email address will not be published.