csstore

ଦି ଥାର୍ଟଟିନ ହନ୍ରେଡ ମାଇଲ କେରମ୍ ପ୍ରମୋସନାଲ ସାଇକେଲ ଶୋଭାଯାତ୍ରା ଦଳ ବରଗଡରେ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କେରମର ବିଶ୍ଵ ଚାମ୍ପିଅନ ପ୍ରଶାନ୍ତ ମୋରେଙ୍କୁ ସାକ୍ଷାତ କରିବା ଓ କେରମ ଖେଳର ପ୍ରଚାର ପ୍ରସାର ନିମନ୍ତେ ତଥା ସେଭ ଫୁଏଲ, ଗୋ ଗ୍ରୀନ, ବି ହେଲଦି ସ୍ଲୋଗାନ ନେଇ ଏକ ସାଇକେଲ ଶୋଭାଯାତ୍ରା ଦଳ ସୁଦୂର କଲିକତାରୁ ‘ଦି ଥାର୍ଟଟିନ ହନ୍ରେଡ ମାଇଲ’ ଥିମ ନେଇ କେରମ୍ ପ୍ରମୋସନାଲ ସାଇକେଲ ଶୋଭାଯାତ୍ରା ବମ୍ବେ ଅଭିମୁଖେ ବାହାରି ଆଜି ସନ୍ଧ୍ୟାରେ ବରଗଡରେ ପହଂଚିଛନ୍ତି । ଏକ ମାସ ମଧ୍ୟରେ ଏହି ଶୋଭାଯାତ୍ରାକୁ ସମ୍ପୂର୍ଣ କରିବା ଲକ୍ଷ୍ୟ ନେଇ ଏକ ଦୁଇ ଜଣିଆ ପ୍ରତିନିଧି ଦଳ ଚଲିତ ମାସ ୧୪ ତାରିଖରୁ କଲିକତାରୁ ବାହାରି ଆସନ୍ତା ମାସ ୧୪ ତାରିଖ ମଧ୍ୟରେ ସମାପ୍ତ ହେବ । ଏହି ପ୍ରତିନିଧି ମଣ୍ଡଳୀ ନିଜର ଗନ୍ତବ୍ୟ ବାଟରେ ବିଭିନ୍ନ ସହରରେ କେରମ ଖେଳକୁ ଘରେ ଘରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରଚାର ପ୍ରସାର କରିବା, ସାଇକେଲ ଚଳାଇ ଇନ୍ଧନ ବଞ୍ଚାଇବା, ବୃକ୍ଷ ରୋପଣ କରି ସବୁଜିମା ବଢାଇ ପରିବେଶକୁ ସୁରକ୍ଷିତ ରଖିବା ଆଦି ସଚେତନତା ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ଏହି ଦୁଇ ଜଣିଆ ପ୍ରତିନିଧି ମଣ୍ଡଳୀର ଦେବର ମଣ୍ଡଳ ଓ ଅଗ୍ନି ବାଗ ଆଜି ବରଗଡଠାରେ ପହଞ୍ଚିବା ପରେ ସେମାନଙ୍କୁ ବରଗଡର କେରମ୍ ଖେଳାଳୀ ଓ ନେହେରୁ କ୍ଲବର ସଦସ୍ୟମାନେ ସ୍ଵାଗତ କରିଥିଲେ । ଉଭୟଙ୍କୁ ସମୀର ସାହୁ, ରାଜକିଶୋର ସାହୁ, କେନେଡି ରାଜ, ଅମିୟ ଶର୍ମା ପ୍ରମୁଖ ସ୍ଵାଗତ କରିଥିଲେ । ସେମାନେ ଆସନ୍ତା ସକାଳେ ତାଙ୍କର ଗସ୍ତ ପୁଣି ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.