ମହତାବ ଜୟନ୍ତୀ ପାଳନ ଅବସରରେ କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ ପ୍ରଦାନ ସମାରୋହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ମହତାବ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ମହତାବ ଜୟନ୍ତୀ ଓ ‘କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ-୨୦୨୧’ ପ୍ରଦାନ ସମାରୋହ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵର୍ଗତ ହରେକୃଷ୍ଣ ମହତାବଙ୍କୁ ନବମ ଉତ୍କଳର ନିର୍ମାତା ଭାବେ ଅଭିହିତ କରି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ଵାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ୟଙ୍ଗ ସାହିତ୍ୟିକ ମନୋରଞ୍ଜନ ସାହୁ ଓ ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର ମହାପୁରୁଷଙ୍କ ଜୀବନୀ ଅଧ୍ୟୟନ ପୂର୍ବକ ନିଜକୁ ଅନୁରୂପ ଭାବେ ଗଢ଼ିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ରୋଟାରୀ ପବ୍ଲିକ ସ୍କୁଲର ଚେୟାରମେନ୍‌ ରୋଟାରୀୟାନ ସମୟ ଭଟ୍ଟାଚାର୍ଯ୍ୟ, ପୂର୍ବତନ ରୋଟାରୀ କ୍ଲବ ସଭାପତି ରୋଟାରୀୟାନ ଗୋବିନ୍ଦ ଦାଶ ଯୋଗଦାନ କରି ମହତାବଙ୍କ ବହୁମୁଖି ପ୍ରତିଭା ବର୍ଣ୍ଣନା ପୂର୍ବକ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଜୀବନ ଯାପନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ‘କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ-୨୦୨୧’ରେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ନଗେନ୍ଦ୍ର ନାଥ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ମିଶ୍ର, ଦିବ୍ୟ କିଶୋର ଦେବତା, ମନୋରଞ୍ଜନ ମେହେର, ଆଲୋକ ସାହୁ, ଅଧ୍ୟାପକ ତିଳକ ରାମ ପ୍ରଧାନ, ସୁପ୍ରଭା ସାମଲ, ସନ୍ତୋଷିନୀ ଦାଶ, ଦୟାନିଧି ମେହେର ପ୍ରମୁଖ ଉପସ୍ଥିତ ଥିଲେ । ନୃତ୍ୟଶିଳ୍ପୀ ବୈଷ୍ଣବୀ ବିର୍ତିଆ, ଆକାପ୍ସକ୍ଷା ପଟ୍ଟନାୟକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ସପ୍ସସଦର ପ୍ରତିଷ୍ଠାତା ସମ୍ପାଦକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ଉଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.