କୋର୍ଟର ଆଦେଶକୁ ମାନୁନାହାନ୍ତି ଶିକ୍ଷା ବିଭାଗ କର୍ମଚାରୀ : ପଦୋନ୍ନତି ପାଇଁ ଶିକ୍ଷକଙ୍କ ସଂଘର୍ଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ଜୋଖିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୧୮/୦୨/୨୦୧୪ରୁ ପଞ୍ଚମ ଡନସନା ପଦୋନ୍ନତି ପାଇ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ ତୁଳାଇ ଆସୁଛନ୍ତି । କିନ୍ତୁ ତାଙ୍କଠାରୁ ଜୁନିୟର ତିନିଜଣ ଶିକ୍ଷକ ୧୯୯୭ ନଭେମ୍ବର ମାସରୁ ପଦୋନ୍ନତି ପାଇ ପ୍ରଧାନ ଶିକ୍ଷକ ଭାବରେ ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଅବସ୍ଥାପିତ ହୋଇଥିଲେ ।ଏଥିପାଇଁ ସେ ସେହି ମାସରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କିଛି ସୁଫଳ ନ ପାଇବାରୁ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଲେ । ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରିବାକୁ କୋର୍ଟ ଅବମାନନା କେସ ରୁଜୁ କରାଗଲା, ତଥାପି ୨୦୧୬ ମସିହାରେ ସେତେବେଳର ପ୍ରାଥମିକ ଶିକ୍ଷା ନିର୍ଦେଶକ, ଭୁବନେଶ୍ୱର ଏକ ଆଦେଶ ବାହାର କରିଥିଲେ ଯେଉଁଥିରେ ସେ ସ୍ପଷ୍ଟ କଲେ ଯେ ବିଷୟଟି ୧୯ ବର୍ଷରୁ ଅଧିକ ହୋଇଥିବାରୁ ସେ ଏହାରି ଉପରେ କୌଣସି ପଦକ୍ଷେପ ନେଇପାରିବେ ନାହିଁ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ବିଷୟଟି ୧୯ ବର୍ଷରୁ ଅଧିକ ହୋଇଥିବା ପାଇଁ ଦାୟୀ କିଏ ? ବିଭାଗୀୟ ଅଧିକାରୀ ନା ସମ୍ପୃକ୍ତ ଶିକ୍ଷକ ? ଏହି ଘଟଣାର ବିଧିବଦ୍ଧ ତଦନ୍ତ କରି ତାର ସୁ ସମାଧାନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.