lika

ଗତ ୨୪ ଘଂଟାରେ ୨୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

gbag

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୨୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୫, ବରଗଡରୁ ୧, ବଲାଙ୍ଗିରରୁ ୧, ବୌଦ୍ଧରୁ ୫, କଟକରୁ ୧୦, ଦେବଗଡରୁ ୧, ଗଞ୍ଜାମରୁ ୧, ଜଗତସିଂହପୁରରୁ ୩, ଯାଜପୁରରୁ ୬, କଳାହାଣ୍ଡରୁ ୩, କେନ୍ଦ୍ରାପଡାରୁ ୨, କେଉଁଝରରୁ ୨, ଖୋର୍ଦ୍ଧାରୁ ୧୦୭, ମୟୁରଭଞ୍ଜରୁ ୫, ନୟାଗଡରୁ ୪, ପୁରୀରୁ ୧, ରାୟଗଡାରୁ ୧, ସୋନପୁରରୁ ୧, ସୁନ୍ଦରଗଡରୁ ୨୨ ଓ ଷ୍ଟେଟ ପୁଲ୍‌ରୁ ୨୪ ଚିହ୍ନଟ ହୋଇଛନ୍ତି ।

babaa
Leave A Reply

Your email address will not be published.