jayashree

କଳାକାରମାନଙ୍କ ପାଇଁ ଖୁସିର ଖବର : ଯାତ୍ରା, ଅପେରା, ଡ୍ରାମା, ସିନେମା ଓ ମେଲୋଡିକୁ ରାଜ୍ୟ ସରକାରଙ୍କ ସ୍ୱିକୃତି ପ୍ରଦାନ

ଭୁବନେଶ୍ଵର, (ସୁଶାନ୍ତ କୁମାର ସାହୁ) : ଯାତ୍ରା, ଅପେରା, ଡ୍ରାମା, ସିନେମା, ଓ ମେଲୋଡି କଳାକାର ମାନଙ୍କ ପାଇଁ ଖୁସିର ଖବର । ଯାତ୍ରା, ଅପେରା, ଡ୍ରାମା, ସିନେମା, ଓ ମେଲୋଡିକୁ ରାଜ୍ୟ ସରକାରଙ୍କ ସ୍ୱିକୃତି ମିଳିଥିବା ଜଣାପଡିଛି । ଏନେଇ ଏସ୍‌ଆର୍‌ସି ନୂଆ ଗାଇଡଲାଇନ୍ ଜାରି କରିଥିବା ଜଣାପଡିଛି । ଆଜିଠାରୁ ଏହି ନୂଆ ଗାଇଡ୍‌ଲାଇନ୍ ଲାଗୁ ହେବ ବୋଲି ସୁଚନା ରହିଛି । ଏଥିପାଇଁ ଆୟୋଜକ ଜିଲ୍ଲାପାଳ, ଏସ୍‌ପି, ମ୍ୟୁନିସିପାଲ କମିଶନରଙ୍କ ଅନୁମତି ନେବା ଜରୁରୀ ବୋଲି ଏସ୍‌ଆର୍‌ସି କହିଛନ୍ତି ତା’ ସହିତ କୋଭିଡ୍ କଟକଣାକୁ ମାନି ଉତ୍ସବ ପାଳନ ପାଇଁ ଅନୁମତି ମିଳିଛି । ସୂଚନା ଅନୁସାରେ ଯାତ୍ରା କିମ୍ବା ଅପେରା ଭଳି କାର୍ଯ୍ୟକ୍ରମ ଖୋଲା ପଡିଆରେ ହେଉଥିବା ବେଳେ ୨ ହଜାର ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରଖି ବସିପାରିବେ । ଅନ୍‌ଲାଇନ୍‌ରେ କିମ୍ବା ଅଧିକ କାଉଣ୍ଟର ଖୋଲି ଟିକେଟ୍ ବୁକିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଇନ୍‌ଣ୍ଡୋର ହଲ୍‌ରେ ବସିବା କ୍ଷମତା ୫୦ ପ୍ରତିଶତ ରଖାଯାଇଛି । କ୍ଷମତାଠାରୁ ଅଧିକ ଲୋକଙ୍କୁ ବସିବା ପାଇଁ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଛି । ସ୍ଥାନୀୟ ପରିସ୍ଥିତିକୁ ଦେଖି କର୍ତ୍ତୃପକ୍ଷଙ୍କୁ ମଧ୍ୟ ସଂଖ୍ୟା ନିର୍ଦ୍ଧାରଣ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି । ସେହିପରି ୫୦ ପ୍ରତିଶତ ଦର୍ଶକମାନଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.