ସାଇକେଲରୁ ପଡି ବରିଷ୍ଠ ଶିକ୍ଷାବିତ୍‌ ଆହତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାଇକେଲରୁ ପଡି ଗଞ୍ଜାମ ସହରର ଜୈନେକ ଶିକ୍ଷାବିତ୍‌ ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୁଚାନାନୁଯାୟୀ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପଣ୍ଡା ସାହିର ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ ପଣ୍ଡା ସାଇକେଲ କୌଣସି କାମରେ ଯାଇ ଘର ଅଭିମୁଖେ ଫେରୁଥିବା ବେଳେ ସାହି ମଧ୍ୟରେ ନୂତନ ଗୃହ ନିର୍ମାଣ ପାଇଁ ରାସ୍ତା ପାର୍ଶ୍ୱରେ ପଡିଥିବା ବାଲିରେ ଭାରସାମ୍ୟ ହରାଇ ପଡି ଯାଇଥିଲେ । ତାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ଛତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.