csstore

ପଶ୍ଚିମ ଓଡ଼ିଶା ସେବା ସଂଘ ଦେଓଗାଁ ବ୍ଲକ ପକ୍ଷରୁ ତହସିଲଦାରଙ୍କୁ ୮ଦଫା ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ସମସ୍ତ ଗାଁକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ସହ ସମସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ବିଭିନ୍ନ ଦାବୀକୁ ନେଇ ପଶ୍ଚିମ ଓଡ଼ିଶା ସେବା ସଂଘ ଦେଓଗାଁ ବ୍ଲକ ପକ୍ଷରୁ ଦେଓଗାଁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରଦାନ କରିଥିବା ଦାବୀପତ୍ରରେ ୮ଟି ଦାବୀ ଉଲ୍ଲେଖ କରାଯାଇଛି । ଦେଓଗାଁ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରି କୃଷି ଋଣ ଛାଡ କରାଯାଉ । ମରୁଡି ସହାୟତାରେ ସରକାର ପ୍ରତି ହେକ୍ଟରକୁ ୬୨୦୦ଟଙ୍କା ଦିଆଯାଉ । ଚାଷୀମାନଙ୍କୁ କୃଷକ ଭତ୍ତା ୫୦୦୦ଟଙ୍କା ଅନୁସାରେ ପ୍ରଦାନ କରାଯାଉ । ମରୁଡି ଅଞ୍ଚଳରେ ଉଠା ଜଳସେଚନ ତଥା ବନ୍ଧ, ପୋଖରୀ ଓ ଗଭୀର କୂପ ଖୋଲାଯାଇ କୃଷିର ବିକାଶ କରାଯାଉ । ସମସ୍ତ ଚାଷୀମାନଙ୍କୁ କୃଷି ଋଣ ପ୍ରଦାନ କରାଯାଉ । ଯେଉଁ ଅଞ୍ଚଳରେ ଉଠାଜଳ ସେଚନର ସୁବିଧା ଅଛି ସେହି ଅଞ୍ଚଳରେ ଜଳ କର ଛାଡ଼ କରାଯାଇ ନିଷ୍କ୍ରିୟ ଉଠାଜଳ ସେଚନକୁ କାର୍ଯ୍ୟକ୍ଷମ କରାଯାଉ । କେନ୍ଦ୍ରୀୟ କୃଷି ନୀତି ବିଲକୁ ବିରୋଧ । ଏହା ସହ ଦେଓଗାଁ ସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି ।

jayashree
Leave A Reply

Your email address will not be published.