ଡ୍ରିମ ଟିମ୍ ଫାଉଣ୍ଡେସନ୍‌ର ଷଷ୍ଠ ଉତ୍ସାହ ୨୦୨୧ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିଶୁ ଦିବସ ଉପଲକ୍ଷେ ଡ୍ରିମ ଟିମ୍ ଫାଉଣ୍ଡେସନର ଷଷ୍ଠ ଉତ୍ସାହ ୨୦୨୧ କାର୍ଯ୍ୟକ୍ରମ ସିଭିଲଟାଉନସିପ୍‌ ପାଣିଗ୍ରାହୀ କମ୍ପ୍ଲେକ୍ସଠାରେ ପାଳିତ ହୋଇଯାଇଛି । ଡ୍ରିମ ଟିମ୍ର ଅଧ୍ୟକ୍ଷ ଅମୀୟ ଦାସ ଓ ଟ୍ରଷ୍ଟି ପଦ୍ମିନୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ତଥା ଆଖପାଖରେ ଥିବା ଦିବ୍ୟାଙ୍ଗଙ୍କ ଉଦ୍ଦିଷ୍ଟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଶିଶୁ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ରଚନା, ଚିତ୍ରାଙ୍କନ, ମ୍ୟୁଜିକ ଚେୟାର, ବାସ୍କେଟବଲ, ଥ୍ରୋ ବଲ, ଦଉଡିଡିଆଁ, ପାତ୍ରକୁ ଲକ୍ଷ୍ୟଭେଦ ଭଳି ପ୍ରତିଯୋଗିତା କରାଯାଇଥିଲା । ଏଥିରେ ଲାଠିକଟାର ଡ୍ରିମ ନିୟୁ ସ୍କୁଲ, ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟ, ସେକ୍ଟର ୧୬ ଶ୍ରଦ୍ଧା, ସେକ୍ଟର ୭ ରାଉରକେଲା ସ୍କୁଲ ଅଫ୍‌ ଡିଫ୍, ଛେଣ୍ଡର ଆଶାଦୀପର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଅନିଲ ମଲ୍ଲିକ ଓ ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଡଃ କିଶୋରୀ ଦାଶ, ଡା.ସଂଜୟ ବଂଶଲ, ଆଇଆଇପିଏମ୍‌ର ନିର୍ଦ୍ଦେଶକ ଡଃ ସୁଦୀପ୍ତ ଘୋଷ, ସମାଜସେବୀ ଆଫ୍ରୋଜ ଅହମ୍ମଦ, ଲକି ଠକରାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଅଜୟ ପ୍ରଧାନ, ମହେନ୍ଦ୍ର ମହାନ୍ତି, ସୁଦୀପ୍ତ ଜେନା, ଆଦିତ୍ୟ ବେହେରା, ମୀନତି ବାରିକ, ଲିଜିନା ନାୟକ, ସ୍ୱାତୀ ସାମଲ, ସନ୍ତୋଷ ସହାୟ ପ୍ରମୁଖ ସହଯୋଗ କରିଥିବା ବେଳେ ବିକାଶ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.