csstore

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତରେ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି । ସେଠାରେ ଟେମରି ଗ୍ରାମ ପଞ୍ଚାୟତ ଖୁର୍ସାପାଲି ଏବଂ ଧାନ୍ଦୁପାଲି ଗ୍ରାମର ମିଶି ୩ ଶହ କାର୍ଡ ବଣ୍ଟନ କରାଯାଇଛି । ଖୁର୍ସାପାଲି ୧୫୦ ଓ ଧାନ୍ଦୁପାଲି ଗ୍ରାମର ୧୫୦ ଲୋକଙ୍କୁ କାର୍ଡ ବଣ୍ଟନ କରାଯାଇଛି । ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ସୁଷମା ବାରିକ ଆଶାକର୍ମୀ କୁମୋଦିନି ସାହୁ, ଯୋଗାଣ ସହାୟକ ମିଲିମା ପାଣିଗ୍ରାହୀ, ଗ୍ରାମ ରୋଜଗାର ସେବକ ସୁରୁଚି ମିର୍ଦ୍ଧା, ଖୁର୍ସାପାଲି ଶିକ୍ଷକ ଜୟଦେବ ଡୁଡୁକା ଏବଂ ଟେମରି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଯୁଧିଷ୍ଠିର ଯୋଶୀ ଏବଂ ଉପେନ୍ଦ୍ର ପ୍ରଧାନ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.