csstore

ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ବାବଦରେ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବା ଘ.୧୦ ଘଟିକା ସମୟରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ସଂଘର ଜିଲ୍ଲା ଉପସଭାପତି କୈସ ରସୁଲ ଖାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାର ବହୁ ଶିକ୍ଷକ ଶିକ୍ଷୟତ୍ରୀ କୋଭିଡ୍‌ ନିୟମକୁ ପାଳନ କରି ଉପସ୍ଥିତ ଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରାଥମିକ ଶିକ୍ଷକମାନଙ୍କ ଲେଭେଲ (ଏ)ରୁ ଲେଭେଲ (ବି)କୁ ପଦୋନ୍ନତି ହେବାରେ ହେଉଥିବା ବିଳମ୍ବ ପାଇଁ କିଛି ଶିକ୍ଷକ ଅସନ୍ତୋଷ ପ୍ରକାଶ କରିଥିଲେ । କାରଣ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ପଦୋନ୍ନତି କାମ କରିଗଲାଣି ଓ ନିକଟ ଭବିଷ୍ୟତରେ କୋଡ୍‌ ଅଫ୍‌ ଅଣ୍ଡକ୍ଟ ଲାଗୁ ହେବାର ସମ୍ବାବନା ମଧ୍ୟ ଅଛି । ତେଣୁ ସଭାରେ ଜିଲ୍ଲା ପ୍ରଶାସନ (ଶିକ୍ଷା ବିଭାଗ)କୁ ପ୍ରେସ ମାଧ୍ୟମରେ ବିନମ୍ର ନିବେଦନ କରାଯାଉଛି ଯେ, ଏହି ସମସ୍ୟାର ସମାଧାନ କରି ପଦୋନ୍ନତି କଲେ ବହୁତ ଶିକ୍ଷକ ଉପକୃତ ହୋଇପାରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ବୈଠକରେ ଲମ୍ବୋଦର ପୃଷ୍ଟି, ଯୋଗିନ୍ଦ୍ର ଦାସ୍‌, ଧର୍ମେନ୍ଦ୍ର ସାହୁ, ଅନିଲ କୁମାର ରଣା, ନରେଶ ମେହେର, ଜ୍ଞାନ ରଞ୍ଜନ ବେହେରା, ପ୍ରଜ୍ଞାପରମିତା ବହିଦାର, ରଶ୍ମିତା ମହାନ୍ତି, ସୁଶୀଲ ମହଲା, ଘନଶ୍ୟାମ ସାହୁ, ଉତ୍ତମା ବାଗ, ସନ୍ଧ୍ୟାରାଣୀ ସାହୁ, ଜ୍ୟୋତିର୍ମୟ ମିଶ୍ର, ରୀନା ସୁନ୍ଦରୀ ଜାଲ, ଭାରତୀ ପଟ୍ଟନାୟକ, ରଶ୍ମିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ହୋଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଆସନ୍ତା ରବିବାରରେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀ ଖାନ୍‌ ସୁଚନା ଦେଇଥିଲେ । ଶେଷରେ ନରେଶ ମେହେର ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

jayashree
Leave A Reply

Your email address will not be published.