ବିବାଦ ମଧ୍ୟରେ ଅନ୍‌ଲାଇନ୍‌ ବୈଠକରେ ଆମେରିକା ଏବଂ ଚୀନ୍‌ର ରାଷ୍ଟ୍ରପତି ଦୁହେଁ ମୁହାଁମୁହିଁ

ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଏକ ଅନଲାଇନ୍ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଥିବା ବେଳେ ଦୁଇ ରାଷ୍ଟ୍ରପତି ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଆମେରିକା ଏବଂ ଚୀନ୍ ମଧ୍ୟରେ ବର୍ତ୍ତମାନର ତିକ୍ତ ସମ୍ପର୍କର ପୃଷ୍ଠଭୂମିରେ ଦୁଇ ନେତା ଏହି ବୈଠକରେ ସାମିଲ୍‌ ହୋଇଥିଲେ ।

ଉତ୍ତର-ପଶ୍ଚିମ ଚାଇନାର ଉଇଗର ସମ୍ପ୍ରଦାୟର ମାନବିକ ଅଧିକାରର ଉଲ୍ଲଂଘନ, ହଂକଂରେ ଗଣତାନ୍ତ୍ରିକ ବିରୋଧକୁ ଦମନ ଏବଂ ସ୍ୱ-ଶାସିତ ତାଇୱାନ ବିରୁଦ୍ଧରେ ସାମରିକ ଆକ୍ରୋଶ ସମେତ ବେଜିଂର ବିଭିନ୍ନ ପ୍ରସଙ୍ଗରେ ବାଇଡେନ ସମାଲୋଚନା କରିଛନ୍ତି । ଏଥି ସହିତ ଜିନପିଙ୍ଗଙ୍କ ଅଧିକାରୀମାନେ ବାଇଡେନ ପ୍ରଶାସନକୁ ଟାର୍ଗେଟ କରି ଚୀନ୍‌ର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.