ନିଶୁଳ୍କ କ୍ୟାନ୍ସର ଚିକିତ୍ସା ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଉପକଣ୍ଠ କଟାପାଲି ଗ୍ରାମରେ ଆଜି ଏକ ନିଶୁଳ୍କ କ୍ୟାନ୍ସର ଚିକିତ୍ସା ଶିବିର ଆୟୋଜନ ହୋଇଯାଇଛି । ଏହି ଶିବିରଟି ନାରାୟଣ ସେବା ସଂଘ ଓ ବରିଷ୍ଠ ନାଗରିକ ସେବା ସଂଘ
କଟାପାଲିର ମିଳିତ ସହଯୋଗରେ ଆୟୋଜନ କରାଯାଇଥିବା ବେଳେ ଏଥିରେ ଟାଟା ମେମୋରିଆଲ ଚିକିତ୍ସାଳୟ, ମୁମ୍ବାଇର ଡାକ୍ତର ଜ୍ୟୋତି ପଦାର (ରାଡିଏସନ ଓଙ୍କଲୋଜିଷ୍ଟ)ଙ୍କ ସହିତ କଟାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ତଶୋବନ୍ତ ସେଟ ଓ ଦୁଇଜଣ ନର୍ସିଙ୍ଗ ଅଫିସର ରେବତୀ ଚିତା ଓ ମମତା ପ୍ରଧାନ ପ୍ରମୁଖ ରୋଗୀ ଦେଖିବାରେ ସହଯୋଗ କରିଥିଲେ । ଆଜିର ଏହି ନିଶୁଳ୍କ କ୍ୟାନ୍ସର ଚିକିତ୍ସା ଶିବିରରେ ମୋଟ ୨୭ ଜଣ ରୋଗୀ ଚିକତ୍ସା ସୁବିଧା ପାଇ ପାରିଥିଲେ । ଡାକ୍ତର ଜ୍ୟୋତି ପଦାର୍ ପରାମର୍ଶ ଦେଇଥିଲେ ଯେ କ୍ୟାନ୍ସର ରୋଗରେ ଭୟଭୀତ ହେବାର ଆବଶ୍ୟକତା ନାହିଁ ଅନେକ ଲୋକ ଭୟଭୀତ ହୋଇ ଚିକିତ୍ସା ନକରାଇ ମୃତ୍ୟ ବରଣ କରିଥାନ୍ତି । ଏଣୁ ଯଦି ଠିକ୍‌ ସମୟରେ ଓ ଠିକ୍‌ ଜାଗାରେ ଆମେ କ୍ୟାନ୍ସରର ଚିହ୍ନଟ ଓ ଚିକିତ୍ସା ପାଇ ପାରିଲେ ନିଶ୍ଚିତ ଭାବରେ କ୍ୟାନ୍ସରରୁ ମୁକ୍ତ ହୋଇ ପାରିବା ବୋଲି ଡାକ୍ତର ପଦାର୍ କହିଥିଲେ । ଠିକ୍‌ ସେହିପରି ନାରାୟଣ ସେବା ସଂଘ ଓ ବରିଷ୍ଠ ନାଗରିକ ସଂଘର ସଦସ୍ୟମାନେ କହିଥିଲେ ଯେ, କ୍ୟାନ୍ସର ଏକ ବ୍ୟୟ ବହୁଳ ଚିକିତ୍ସା ହୋଇଥିବା କାରଣରୁ ଅନେକ ଲୋକ ଚିକତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ଏଣୁ କିପରି ଭାବରେ ଅଧିକରୁ ଅଧିକ ଲୋକ ଚିକତ୍ସା ପାଇ ପାରିବେ ସେ ଉଦ୍ଧେଶ୍ୟରେ ଆଜିର ନିଶୁଳ୍କ ଚିକିତ୍ସା ଶିବିର ଆୟୋଜନ କରିଥିବା ପ୍ରକାଶ କରିଥିଲେ । ଏହି ଶିବିରରେ ବରଗଡ଼ ଫାଇଟର ଗ୍ରୁପର ଅଶ୍ୱିନୀ ଦରଜି ଯୋଗଦାନ କରିଥିଲେ । ନାରାୟଣ ସେବା ସଂଘର ଆଶିଷ କର, ଅମୂଲ୍ୟ ବରେଇ, ଦୁର୍ଯ୍ୟୋଧନ ପ୍ରଧାନଙ୍କ ସହିତ ବରିଷ୍ଠ ନାଗରିକ ସେବା ସଂଘ କଟାପାଲିର ରବୀନ୍ଦ୍ର ପଧାନ, ଦୁଲିଚାନ୍ଦ ଅଗ୍ରୱାଲ, ପ୍ରେମାନନ୍ଦ ମହାନ୍ତି ଓ ପ୍ରଫୁଲ୍ଲ ମାହାଣା ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Leave A Reply

Your email address will not be published.