୩ କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଜବତ : ଚୋରା ଚାଲାଣ ବେଳେ ଧରିଲା ଏସ୍‌ଟିଏଫ୍‌, ଜଣେ ଅଟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକଠାରେ, ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନ ନାମକ ଜଣେ ଲୋକ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ଖବର ପାଇ ଏସ୍‌ଟିଏଫ୍‌ ଓ ବନ ବିଭାଗ ଚଢ଼ାଉ କରିଥିଲେ । ଉକ୍ତ ବ୍ୟକ୍ତିଠାରୁ ଜବତ ହାତୀ ଦାନ୍ତର ଓଜନ ୩ କେଜି ୩୫୦ ଗ୍ରାମ ବୋଲି ଜଣାପଡିଛି । ସେ ବଲାଙ୍ଗିର ପଟରୁ ଚୋରା ଚାଲାଣ କରୁଥିବା ଜଣାପଡିଛି । ଏନେଇ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.