କବି ଅଖିଳ ନାୟକ ଆଉ ନାହାନ୍ତି

ଭବାନୀପାଟଣା, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା କବି ତଥା ଔପନ୍ୟାସିକ ଅଖିଳ ନାୟକ ଆଉ ନାହାନ୍ତି । ଦଳିତ ନିଷ୍ପେସିତଙ୍କ ପାଇଁ ସାରା ଜୀବନ ଲେଖନୀ ଚାଳନା କରିଥିବା କବି ଅଖିଳ ବିଗତ କିଛି ଦିନ ହେଲା ଯକୃତ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଭୋଗି ଆସୁଥିଲେ । ତେବେ ଗତ ଆଠ ଦଶ ଦିନ ତଳେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱରର ଏକ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କ ଦେହାନ୍ତ ଘଟିଥିବା ଖବର ମିଳିଛି । ଭବାନୀପାଟଣା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ଏଚ୍‌ଓଡ଼ି ଭାବେ କାର୍ଯ୍ୟରତ ଅଖିଳ ନାୟକଙ୍କ ଉଚ୍ଚାଙ୍ଗ ଉଚ୍ଚାରଣ ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରିଥିଲା । କବିତା ସଂକଳନ ଗୁଲିଖଟି, ଧୋବ୍‌ ଫର୍‌ ଫର୍‌, ଧିକ୍‌, ଖେତ ପୁରାଣ ତଥା ଉପନ୍ୟାସ ଭେଦ, ଅବିଜା ତାଙ୍କ ସୃଷ୍ଟି ସାମ୍ରାଜ୍ୟର ବହୁ ଆଲୋଚିତ ଅମୂଲ୍ୟ ସଂପଦ । ତାଙ୍କ ଦେହାନ୍ତରେ ଓଡ଼ିଶାର ସାହିତ୍ୟ ଜଗତରେ ଶୋକର ଲହରି ଖେଳିଯାଇଛି ।

Leave A Reply

Your email address will not be published.