p purohi

ପାଇକମାଲ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଓଡିଶା ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ପାଇକମାଲ, ମିଠାପାଲି, ଝାରବନ୍ଧ, ଛିନେଇକେଲା, ଜାମସେଠ୍‌ ପଂଚାୟତ ମାନଙ୍କରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶନିବାର ଦିନ କାର୍ଡ ବଣ୍ଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ସାରକାଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମରେ ପାଇକମାଲ ପଂଚାୟତ ସମିତି ଅଧକ୍ଷ ଅଲତାପ ମହମ୍ମଦ, ପଦ୍ମପୁର ବିଧାୟକ ପ୍ରତିନିଧି ଭୋଜରାଜ ସିଂ ବରିହା ଏବଂ ଉପରୋକ୍ତ ସମସ୍ତ ପଂଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ପଂଚାୟତ ସ୍ତରୀୟ ପ୍ରଶାସନିକ ଅଧିକାରୀ ତଥା ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପାଞ୍ଜଳି ମାଝୀ, ପାଇକମାଲ ତହସିଲଦାର ମନୋଜ କୁମାର ମେହେର, ପାଇକମାଲ ସରପଞ୍ଚ ଧବଳେଶ୍ୱର ସାହୁ, ମିଠାପାଲି ସରପଞ୍ଚ ସହଦେବ ଧରୁଆ, ଜାମ୍‌ସେଠ୍‌ ସରପଞ୍ଚ ରମ୍ଭା ତାଣ୍ଡି, ସମିତି ସଭ୍ୟା ସୁମିତ୍ରା ଭୋଇ, ନୂଆପଡା ଜିଲ୍ଲା ପରିଷଦ ଉପାଧକ୍ଷ ଭାନୁ ପ୍ରତାପ ସିଂ ମାଝୀ, ଡବ୍ଲୁଓଡିଶି ଏକ୍ସପର୍ଟ ପୁଷ୍ପେନ୍ଦ୍ର ସିଂ, ନୂଆପଡା ବିଜେଡି ଜିଲ୍ଲା ସମ୍ପାଦକ ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉପରୋକ୍ତ ସମସ୍ତ ପଂଚାୟତରେ ହିତାଧିକାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ କାର୍ଡ ବଣ୍ଟନ କରାଯାଇଥିଲା ।

nrusinghnath
Leave A Reply

Your email address will not be published.