ଅଁଳା ନବମୀ ଓ ରାଧା ପାଦ ଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ଧର୍ମମାସ କାର୍ତ୍ତିକରେ ଶୁକ୍ଳପକ୍ଷ ନବମୀ ତିଥିରେ ଅଁଳା ନବମୀ ଓ ରାଧା ପାଦ ଦର୍ଶନ ଭକ୍ତ, ଶ୍ରଦ୍ଧାଳୁମାନେ ମନଷ୍କାମନା ପୁରଣ ପାଇଁ ପୂଜାର୍ଚ୍ଚନା କରିଥାନ୍ତି । ସେହି ଅନୁସାରେ ପୁରୀ ଜିଲ୍ଲା ଡେଲାଙ୍ଗର ପ୍ରସିଦ୍ଧ ବେନୁପଡା ଗାଦି ବ୍ରହ୍ମ ମଠରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏଠାରେ ଥିବା ପାଞ୍ଚ ମହାପୁରୁଷଙ୍କ ଗାଦିବ୍ରହ୍ମ ଓ ରାଧା କୃଷ୍ଣ ମନ୍ଦିରରେ ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା ହୋଇଥଏ । ସେହିଦିନ ମଠରେ ମହାପୁରୁଷ ବାଇଦାସଙ୍କ ମା’ଙ୍କ ଶ୍ରାଦ୍ଧ ଦିବସ ପାଳନ ହୁଏ । ମହିଳାମାନେ ସନ୍ତାନ ପ୍ରାପ୍ତି ଓ ରୋଗରୁ ମୁକ୍ତି, ସନ୍ତାନମାନଙ୍କର ମଙ୍ଗଳକାମନା କରି ଅଁଳା ଗଛ ମୂଳେ ପୂଜାର୍ଚ୍ଚନା କରି ପ୍ରସାଦ ପାଇବା ସହ ବିଭୂତି ସେବନ କରିଥାନ୍ତି ଶ୍ରଦ୍ଧାଳୁ । ସେହିପରି ଘୋରଡିଆ ରାଧାକାନ୍ତ ମଠରେ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଶ୍ରଦ୍ଧାଳୁ, ହବିସିଆଳିଙ୍କ ଭିଡ ହୋଇଥାଏ ।

Leave A Reply

Your email address will not be published.